ସମ୍ବଲପୁରର ଓକିଲ ଆନ୍ଦୋଳନ ଘଟଣା: ୧୨ ଆଇନଜୀବୀ ଗିରଫ

ସମ୍ବଲପୁରର ଓକିଲ ଆନ୍ଦୋଳନ ଘଟଣା: ୧୨ ଆଇନଜୀବୀ ଗିରଫ

ସମ୍ବଲପୁର: ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ଆନ୍ଦୋଳନ ପୁଣି ତେଜିଛି । ଆନ୍ଦୋଳନ ବେଳେ ଜିଲ୍ଲା ଜଜ୍'ଙ୍କ ଚାମ୍ବରରେ ଭଙ୍ଗାରୁଜା ମାମଲାରେ ୧୨ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ୯ ଜଣ ଆଇନଜୀଙ୍କୁ ଜାମିନ ନ ମିଳିବାରୁ ଜେଲ୍ ଗଲେ । ଆଗକୁ ସିସିଟିଭି ଫୁଟେଜ ଦେଖି ଅନ୍ୟ ମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସୂଚନା ଦେଲେ ଏସପି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଚେରି ଛକରେ ୧୪୪ ଧାରା ଜାରି କରାଯାଇଛି ।

Sambalpur High Court Bench Protest Case

ସୂଚନା ଅନୁସାରେ, ଆଜି ୨୦୦ ମିଟର ନିଷିଦ୍ଧାଞ୍ଚଳ ଭିତରକୁ ପ୍ରବେଶ କଲେ ଗିରଫ କରାଯିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ୨୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । କୋର୍ଟ ପରିସରରେ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ଆବଶ୍ୟକ ପଡିଲେ ଅଧିକ ଫୋର୍ସକୁ ମୁତୟନ କରାଯିବ ବୋଲି ସୂଚନା ଦେଇଛନ୍ତି ଏସିପି । ସୂଚନା ଥାଉ ଯେ ଗତକାଲି ୨୯ ଓକିଲଙ୍କ ଲାଇସେନ୍ସ ସସପେଣ୍ତ କରିଥିଲା ବାର୍ କାଉନସିଲ ଅଫ୍ ଇଣ୍ତିଆ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+