ଟ୍ରେନ୍ ଲାଇନକୁ ମାଡ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ସମ୍ବଲପୁର:NH ପାଖ ଟ୍ରେନ୍ ଲାଇନ ଉପରକୁ ମାଡ଼ିଗଲା ବସ । ବସ ଧକ୍କାରେ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବସ୍ ଡ୍ରାଇଭର ଓ ହେଲପର ଆହତ ହୋଇଥିବା ନେଇ ସୂଚନା ରହିଛି । ଅନ୍ୟପଟେ ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ପାଇଁ କିଛି ସମୟ ପାଇଁ ରେଳ ଚଳାଚଳ ପ୍ରଭାବିତ ହୋଇଛି ।

ଲକ୍ଷ୍ମୀ ଡୁଙ୍ଗୁରୁ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ବସଟି ହଠାତ୍ ଭାରସ୍ୟାମ ହରାଇ ରାସ୍ତାକୁ ଲାଗିକି ଥିବା ଟ୍ରେନ୍ ଲାଇନ
ଉପରକୁ ମାଡ଼ିଯାଇଥିଲା । ବସରେ ୨୫ରୁ ୩୦ ଜଣ ଯାତ୍ରୀ ଥିବା ସୂଚନା ରହିଛି । ତେବେ ଏହି ସମୟରେ କୌଣସି ଟ୍ରେନ ଆସୁ ନଥିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି ।
ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ରେଳ
କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ସହ ବରଗଡ଼ ପଠାଇବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।












Click it and Unblock the Notifications