Sambalpur Assembly Election Live Update: ସମ୍ବଲପୁର ସଂଘର୍ଷ, କାହାର ହେବ ବିଜୟୀ
Odisha assembly election 2024: ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ତଳୀ ସବୁଥର ପରି ଏଥର ମଧ୍ୟ ରହିଛି ଫୋକସରେ । କାରଣ ଏହି ସିଟକୁ ଓଡ଼ିଶାର ପ୍ରାଣକେନ୍ଦ୍ର ବୋଲି କୁହାଯାଇଥାଏ । ଏହି ନିର୍ବାଚନ ମଣ୍ତଳୀକୁ ବିଜେପିର ଗଡ଼ ବୋଲି କୁହାଯାଏ । ଦୀର୍ଘଦିନ ହେବ ଏହି ଆସନରେ ଦଳର ବରିଷ୍ଠ ନେତା ଜୟ ନାରାୟଣଙ୍କ ଦବ ଦବା ରହିଛି ।
୨୦୧୪ରେ ବିଜେଡିକୁ ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ହରାଇ ବିଜେପି ନିଜ କାୟା ବିସ୍ତାର କରିବାରେ ଲାଗିଥିଲା । ସେହିପରି କଂଗ୍ରେସ ୧୯୯୫ ପରଠୁ ଏଠାରେ ସେତେଟା ଭଲ ପ୍ରଦର୍ଶନ କରୁନଥିବାର ଦେଖିବାକୁ ମିଳିଛି । ହେଲେ ଏଥର ମୁଖ୍ୟତଃ ବିଜେପି ଏବଂ ବିଜେଡି ମଧ୍ୟରେ ହେବ କଡ଼ା ଟକ୍କର । କାରଣ ଏଥର ବିଜେଡି ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ।

ସମ୍ବଲପୁର ବିଧାନସଭା ନିର୍ବାଚନ ଇତିହାସକୁ ଉପରେ ନଜର ପକାଇଲେ, ୨୦୦୯ ରେ ବିଜେପି ଜୟ ନାରାୟଣଙ୍କୁ ପ୍ରାର୍ଥୀ କରିଥିଲା । ଉକ୍ତ ବର୍ଷ ୩୪ ହଜାର ୧୧୦ ଖଣ୍ଡ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀ ସୁରେଶ୍ବର ମିଶ୍ରଙ୍କୁ ହରାଇ ବିଧାୟକ ହୋଇଥିଲେ ଜୟ ନାରାୟଣ । ହେଲେ ୨୦୧୪ରେ ଏହି ଆସନରେ ବାଜିମାରିଥିଲା ବିଜେଡି । ବିଜେଡି ୨୦୧୪ରେ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା । ସେହିବର୍ଷ ସର୍ବାଧିକ ୪୮ ହଜାର ୩୬୨ ଖଣ୍ଡ ଭୋଟ ପାଇ ସେ ବିଜୟ ହୋଇଥିଲେ । ୨୦୧୯ରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କଠୁ ପରାଜୟ ହୋଇଥିଲେ ବିଜେଡି ପ୍ରାର୍ଥୀ ରାସେଶ୍ୱରୀ । ଏଥର ବିଜୁ ଜନତା ଦଳ ଦଳର ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି । ତେଣୁ ଏଥର ଫୋକସରେ ରହିଛି ଏହି ବିଧାନସଭା ଆସନ । ଏବେ ଦେଖିବା ବାକି ରହିଲା କିଏ ଜିଣୁଛି ଜନତାଙ୍କ ଭରୋସା ।












Click it and Unblock the Notifications