କଡା ସୁରକ୍ଷାରେ ସମ୍ବଲପୁର ଓ ଭଦ୍ରକ ସହର;ମୁତୟନ ହେବ ୨ ଶହ ପୋଲିସ ଫୋର୍ସ

ଆଜି ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତ ରହିଛି ଓଡିଶା ପୋଲିସ । ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨ ଶହ ପ୍ଲାଟୁନ ଫୋର୍ସ। ସାରା ଓଡ଼ିଶାରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଜାରି ରହିଛି । ୬୫୦ ସିସିଟିଭି ଓ ୪୦ଟି ଡ୍ରୋନ ସାହାଯ୍ୟରେ ଆଇନଶୃଙ୍ଖଳାକୁ ମନିଟର କରାଯାଉଛି । ଅଧିକ ଫୋକସ୍ ରହିଛି ସମ୍ବଲପୁର ଓ ଭଦ୍ରକ ଉପରେ ।

hanuman jayanti

ସମ୍ବଲପୁରରେ ବଡ଼ ବଡ଼ ଏଲ୍‌ଇଡି ଓ ଡ୍ରୋନ୍‌ ସାହାଯ୍ୟରେ ସ୍ଥିତି ଉପରେ ନଜର ରଖାଯାଇଛି । ସାଦା ପୋଷାକରେ ପଇଁତରା ମାରିଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ଭେଇକିଲ ଦିଆଯାଇଛି । ପ୍ରତି ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍‌ ରହିଛି । ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଶାନ୍ତି କମିଟି ମିଟିଂ ସରିଛି। ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ଧାର୍ମିକ ସ୍ଥଳ ଗୁଡିକରେ ପୋଲିସ ଦ୍ୱାରା ପିକେଟିଂ ଜାରି ରହିଛି ।

ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁଇନ୍ଦା ନିର୍ଦ୍ଦେଶକ ସମ୍ବଲପୁରରେ କ୍ୟାମ୍ପ୍‌ କରିଛନ୍ତି ଏବଂ ଆଇଜି ଅପରେସନ୍‌ଙ୍କ କ୍ୟାମ୍ପ୍‌ ବାଲେଶ୍ବରରେ ରହିଛି। ବିଭିନ୍ନ ସ୍ଥାନରେ ପୁଲିସ ଫ୍ଲାଗ୍‌ ମାର୍ଚ୍ଚ କରି ଲୋକଙ୍କୁ ସତର୍କ କରାଇଛି। ବିଶେଷକରି ସମ୍ବଲପୁରରେ ୧୨୦ ପୁଲିସ ଗାଡ଼ି ପଇଁତରା ମାରିବ। ସେଠାରେ ଶୋଭାଯାତ୍ରା ପାଇଁ ବଡ଼ବଡ଼ ଏଲ୍‌ସିଡି ଲଗାଯାଇଛି। ସେହିଭଳି ପୂର୍ବରୁ ଚିହ୍ନଟ ସ୍ପର୍ଶକାତର ସ୍ଥାନଗୁଡ଼ିକ ପୁଲିସର ସ୍ବତନ୍ତ୍ର ନଜରରେ ରହିଛି। ବଡ଼ କଥା ହେଉଛି ସମ୍ବେଦନଶୀଳ ଜାଗାରେ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ ସଜାଗ ଅଛନ୍ତି। ଗଣ୍ଡଗୋଳ ଖବର ମିଳିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+