ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ଵ ଗ୍ରହଣ କଲେ ସମର୍ଥ ବର୍ମା
ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି ସମର୍ଥ ବର୍ମା । ଗତ ସପ୍ତାହରେ ତାଙ୍କୁ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରସାଶକ ଭାବେ ବଦଳି କରାଯାଇଥିଲା । ପୂର୍ବରୁ ସେ ପୁରୀ ଜିଲ୍ଲାପାଳ ଥିଲେ ।
୮ ଦିନ ତଳେ ଅନ୍ୟପକ୍ଷରେ ପୁରୀ ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ବିଜୟ କୁମାର ଦାଶ। ନୂଆ ଦାୟିତ୍ୱ ଗ୍ରହଣ କରିବା ଅବସରରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।
ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ସମର୍ଥ ବର୍ମା କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସହିତ ଶ୍ରୀମାର୍ଗ ଓ ଶ୍ରୀସେତୁ କାମ ଶେଷ ହୋଇଛି। ଭକ୍ତଙ୍କ ପାଇଁ ବହୁ ସୁବିଧା ହେବ ।

ସେହିପରି ପୁରୀର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ବିଜୟ କୁମାର ଦାଶ । ଆଗକୁ ସାଧାରଣ ନିର୍ବାଚନ ଓ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିଚାଳନା ଦୁଇଟି ପ୍ରମୁଖ ଓ ଗୁରୁ ଦାୟିତ୍ଵ ରହିବ । ନିର୍ବାଚନ କମିଶନରଙ୍କ ନିୟମ କାନୁନ୍ ଓ ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ କିଭଳି ଶୃଙ୍ଖଳିତ ଓ ସୁରୁଖୁରୁରେ ଶେଷ ହେବା ନେଇ କାର୍ଯ୍ୟ କରିବେ। ନିର୍ବାଚନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଏକ ବଡ଼ ଚାଲେଞ୍ଜ ହେବ ।












Click it and Unblock the Notifications