Salipur Assembly Election Results 2024: ବିଜେପିର ଅରିନ୍ଦମ ରାୟଙ୍କୁ ହରାଇଲେ ପ୍ରଶାନ୍ତ
Assembly Election 2024 : ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ୍ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି । ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ ଅରିନ୍ଦମ ଆଗୁଆ ଥିଲେ । ଶେଷରେ ପ୍ରଶାନ୍ତ ବାଜି ମାରି ନେଇଥିଲେ ।
୧୯୫୧ ରୁ କେନ୍ଦ୍ରାପଡା ଲୋକସଭା ଆସନ ଅନ୍ତର୍ଭୁକ୍ତ ଟାଙ୍ଗୀ - ସାଲେପୁର ବିଧାନସଭା ଆସନ । ଟାଙ୍ଗୀ ଓ ଚୌଦ୍ୱାର ବ୍ଲକର ମୋଟ ୧୧ଟି ପଞ୍ଚାୟତ ଓ ସାଲେପୁର ବ୍ଲକ୍ କୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ତେବେ ୨୦୦୦ ମସିହାରୁ ବିଜୁ ଜନତା ଦଳର ଗଡ ଭାବେ ଏହା ପରିଗଣିତ ହୋଇ ଆସିଥିବାରୁ ଏବର୍ଷ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା ରୋଚକ ସ୍ଥିତି । ତେବେ ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ସର୍ବମୋଟ ୧,୦୪,୨୧୮ଟି ଭୋଟରେ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ଥର ମଧ୍ୟ ସେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ । ଆଉ ବର୍ତ୍ତମାନ ବିଜୟ ଲାଭ କରିଛନ୍ତି ।

ଅପରପକ୍ଷରେ ଅଭିନେତା ରୁ ରାଜନେତା ପାଲଟିଥିବା ଅରିନ୍ଦମ ରାୟ ହୋଇଥିଲେ ବିଜେପିରୁ ବିଧାୟକ ପ୍ରାର୍ଥୀ । ପୂର୍ବରୁ ଏଠାରୁ ବିଜେପିର ସେତେଟା ସଂଗଠନ ସୁଦୃଢ ନଥିବା ବେଳେ ବର୍ତ୍ତମାନ ଅରିନ୍ଦମ ଙ୍କ ଲୋକପ୍ରିୟତା ଏକପ୍ରକାର ବିଜେପିକୁ ସୁଦୃଢ କରି ଦେଇଥିଲ । । ଆହୁରି ମଧ୍ୟ ଉତ୍ତରପ୍ରଦେଶ ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆସି ଅଞ୍ଚଳରେ ଅରିନ୍ଦମ ଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ । ସେପଟେ ଏହି ଅଞ୍ଚଳରେ ମୁଖ୍ୟତଃ ୪୦,୦୦୦ ରୁ ଅଧିକ ଭୋଟର ସଂଖ୍ୟା ଲଘୁ ଥିବାବେଳେ ଏଥର କଂଗ୍ରେସ ନିଜର ପ୍ରାର୍ଥୀ ଭାବେ ସଂଖ୍ୟା ଲଘୁ ସମ୍ପ୍ରଦାୟର ନେତା ୟାକୁବ ଖାନଙ୍କୁ ପ୍ରାର୍ଥୀ କରିଥିଲା ।
ନିଜର ସମର୍ଥକ ମାନଙ୍କ ସହ ପଞ୍ଚାୟତ ପଞ୍ଚାୟତ ବୁଲି ଭୋଟର ମାନଙ୍କୁ ଭୋଟ ମାଗିବା ସହ କଂଗ୍ରେସ ଗ୍ୟାରେଣ୍ଟିର ପ୍ରଚାର ପ୍ରସାର କରୁଥିଲେ ଯୁବନେତା ୟାକୁବ । କିନ୍ତୁ ଶେଷରେ ଏହି ଆସନରେ ବାଜିମାତ କରିଲେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା । ପ୍ରଶାନ୍ତ ଏଥର ପୁଣି ଯିବେ ବିଧାନସଭା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications