ଜମି ପଟ୍ଟା ପାଇଁ ବିବାଦ: ବିଧାନସଭା ସାମ୍ନାରେ ପୋଲିସ-ବସ୍ତି ବାସିନ୍ଦା ଧସ୍ତାଧସ୍ତି
ଭୁବନେଶ୍ୱର: ସାଲିଆ ସାହି ବସ୍ତିବାସିନ୍ଦାଙ୍କ ପ୍ରତିବାଦକୁ ନେଇ ସୃଷ୍ଟି ହେଲା ବିବାଦ । ବିଧାନସଭା ସାମ୍ନାରେ ପୋଲିସ-ବସ୍ତି ବାସିନ୍ଦା ଧସ୍ତାଧସ୍ତି । ଜଙ୍ଗଲ ଜମିର ରାଜସ୍ୱ ଜମିପଟ୍ଟା ପ୍ରଦାନ ଦାବିରେ ତେଜିଲା ଆନ୍ଦୋଳନ । ସାଲିଆ ସାହିକୁ ସର୍ଭେରୁ ବାଦ ଦିଆଯାଇଥିବାରୁ ଏକାମ୍ର କାନନରୁ ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଛନ୍ତି ବସ୍ତି ବାସିନ୍ଦା ।
ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରର ସମସ୍ତ ବସ୍ତିକୁ ସର୍ଭେ କରାଯାଇ ଜମି ଅଧିକାର ଦିଆଯାଉଥିବା ବେଳେ ସାଲିଆ ସାହିରେ ସର୍ଭେ କରାଯାଇ ନାହିଁ ହେଲେ ବସ୍ତି ଭିତରେ ୨ ଶହ ଫୁଟର ରାସ୍ତା ନାମରେ ସର୍ଭେ କରାଯାଉଛି ଯାହାକୁ ବିରୋଧ କରୁଛନ୍ତି ବସ୍ତିବାସିନ୍ଦା ।

ତେବେ ସାଲିଆସାହି ବସ୍ତିକୁ ୬ ଶହ ଫୁଟର ଜମିପଟ୍ଟା ପ୍ରଦାନ କରିବା ଏବଂ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ଏବଂ ୨ ଶହ ଫୁଟିଆ ରାସ୍ତା ତିଆରିକୁ ବିରୋଧ କରି ଆଜି ରାସ୍ତାକୁ ଓହ୍ଲାଇଛନ୍ତି ବସ୍ତିବାସିନ୍ଦା ।
ସୂଚନାଥାଉ ଯେ, ଭୁବନେଶ୍ୱରର ସମସ୍ତ ବସ୍ତିକୁ ସର୍ଭେ କରାଯାଇ ଅଧିକାର ଦିଆଯାଉଥିବା ବେଳେ ଏଥିରୁ ବାଦ ପଡିଛି ସାଲିଆ ସାହିଁ । ସାଲିଆ ସାହି ଜଙ୍ଗଲ ଜମିରେ ଥିବାରୁ ୨୦୧୭ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଆଇନରେ ଜମି ପ୍ରଦାନ କରାଯାଇପାରିବ ନାହିଁ ବୋଲି ଦର୍ଶାଯାଇଛି । ଯାହାକୁ ନେଇ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି ।












Click it and Unblock the Notifications