ସାରା ରାଜ୍ୟର କୁକୁଡ଼ା ଓ ଅଣ୍ଡା ବିକ୍ରି ଠପ୍‌‌ : ବାର୍ଡ ଫ୍ଲୁ ଡରରେ ଖାଉ ନାହାନ୍ତି ଲୋକେ

ଅଗଷ୍ଟ ମାସ ଶେଷ ସପ୍ତାହରେ ପୁରୀ ଜିଲ୍ଲାର ଦୁଇଟି ବ୍ଲକ ପିପିଲି ଓ ନିମାପଡ଼ା, କେନ୍ଦ୍ରପଡ଼ା ଜିଲ୍ଲାର ଗୋଟିଏ ଫାର୍ମରେ ବାର୍ଡ ଫ୍ଲୁ' ଚିହ୍ନଟ ହୋଇଥିଲା। ଆଉ ତତ୍‌‌କ୍ଷଣାତ ସେହି ଫାର୍ମର ସମସ୍ତ କୁକୁଡ଼ାଙ୍କୁ ମାରି ଦିଆଗଲା। ହେଲେ ଘଟଣା ପରେ ବାର୍ଡ ଫ୍ଲୁ'କୁ ନେଇ ସମଗ୍ର ରାଜ୍ୟରେ ଆତଙ୍କ ଖେଳିଗଲା। ଲୋକମାନେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଛାଡ଼ିଦେଲେ। ନିର୍ଦ୍ଦିଷ୍ଟ ଭାବେ ୩ଟି ଫାର୍ମରେ ବାର୍ଡ ଫ୍ଲୁ' ଚିହ୍ନଟ ହୋଇଥିବା ବେଳେ ସାରା ରାଜ୍ୟର ଉତ୍ପାଦିତ କୁକୁଡ଼ା ଓ ଅଣ୍ଡା ବିକ୍ରି ଠପ୍‌‌ ହୋଇଗଲା। ଫଳସ୍ୱରୂପ ଗତ ୩ ସପ୍ତାହ ଧରି ରାଜ୍ୟରେ ହଜାର ହଜାର କୁକୁଡ଼ା ଚାଷୀ ଦୁର୍ଦ୍ଦିନରେ କାଳତିପାତ କରୁଛନ୍ତି।

କୁକୁଡ଼ା ଓ ଅଣ୍ଡା ଚାଷ ଉପରେ ନିର୍ଭର କରୁଥିବା ରାଜ୍ୟର ଲକ୍ଷଲକ୍ଷ ଚାଷୀ ମାସେ ହେଲା ଆର୍ଥିକ ଦହଗଞ୍ଜ ହେଉଛନ୍ତି। କଟକଣା ହଟାଇ ସାରିଲାଣି। ହେଲେ ଆମ ରାଜ୍ୟରେ ଲୋକମାନେ ଏବେ ବି ବାର୍ଡ-ଫ୍ଲୁ' ଡରରେ କୁକୁଡ଼ା ମାଂସ ଓ ଅଣ୍ଡା କିଣିବା ବନ୍ଦ କରିଦେଇଛନ୍ତି। ।

bird flu

ସୂଚନାନୁସାରେ, ରାଜ୍ୟରେ ୩୧ ହଜାର ୫୩୭ଟି ଘରୋଇ କୁକୁଡା ଫାର୍ମ ରହିଛି। ଏଥିରୁ ୩୦ ହଜାର୨୮୭ଟି କୁକୁଡା ଫାର୍ମରେ ମାଂସ କୁକୁଡ଼ା ଓ ୧୨୫୦ ଫାର୍ମରେ ଅଣ୍ଡାଦିଆ କୁକୁଡ଼ା ଚାଷ ହେଉଛନ୍ତି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ଉପକୂଳ ଓଡ଼ିଶା ତଥା ବିଶେଷକରି କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ କୁକୁଡ଼ା ଚାଷୀଙ୍କ ସଂଖ୍ୟା ସର୍ବାଧିକ ରହିଛି। କଟକ ଜିଲ୍ଲାରେ ମାଂସ କୁକୁଡା ଫାର୍ମ ସଂଖ୍ୟା ୨୧୫୬ ଥିବା ବେଳେ ଜଗତସିଂହପୁରରେ ୧୪୧୭, ଯାଜପୁରରେ ୧୫୦୯, କେନ୍ଦ୍ରାପଡ଼ାରେ ୮୯୨, ପୁରୀରେ ୨୩୪୬ ଓ ଖୋର୍ଦ୍ଧାରେ ୧୮୦୨ ରହିଛି। ଏହା ବାଦ୍‌‌ ଏହି ସବୁ ଜିଲ୍ଲାରେ ଅଳ୍ପ ସଂଖ୍ୟାରେ ଅଣ୍ଡାଦିଆ କୁକୁଡାଙ୍କ ଫାର୍ମ ବି ରହିଛି। ଏହି ସମସ୍ତ ଫାର୍ମରୁ ଦୈନିକ ଦେଢ଼ କୋଟି ଅଣ୍ଡା ଓ ୩୬ଶହ ଲକ୍ଷ କୁକୁଡ଼ା ଅର୍ଥାତ୍‌‌ ୩ଲକ୍ଷ ୬ହଜାର କେଜି ମାଂସ ଉତ୍ପାଦନ ହେଉଛି। ମୋଟ ଉତ୍ପାଦନର ୭୦ ଭାଗ ଅଂଶ ଆମ ରାଜ୍ୟର ଖାଉଟି ବ୍ୟବହାର କରୁଥିବା ବେଳେ ବଳକା ୩୦ ପ୍ରତିଶତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଭଳି ପଡ଼ୋଶୀ ରାଜ୍ୟକୁ ରପ୍ତାନୀ ହେଉଛି। ଏବେ ପଡ଼ୋଶୀ ରାଜ୍ୟକୁ ରପ୍ତାନୀ ସ୍ୱାଭାବିକ ହୋଇଥିବା ବେଳେ ଆମ ରାଜ୍ୟରେ ଖାଉଟି ମାତ୍ର ୨୦ରୁ ୨୫ ପ୍ରତିଶତ କିଣୁଛନ୍ତି। ବଳକା ୫୦ ପ୍ରତିଶତ ଏବେ ବି ନଷ୍ଟ ହେଉଛି। ଏହାଦ୍ୱାରା ଚାଷୀ, ଫାର୍ମ ମାଲିକ, ମାଂସ ଦୋକାନୀ କ୍ଷତିଗ୍ରସ୍ଥ ହେଉଛନ୍ତି। ତେଣୁ ଜନସଚେତନତା ସୃଷ୍ଟି କରିବା ସହ କ୍ଷତିପୂରଣ ଦେବା ଦିଗରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପଦପେକ୍ଷ ନେବା ଜରୁରୀ ବୋଲି ଚାଷୀମାନେ ଦାବି କରିଛନ୍ତି।

ମହାସଂଘର ସାଧାରଣ ସମ୍ପାଦକ ଜ୍ୟୋତିକାନ୍ତ ମହାପାତ୍ର କହିଛନ୍ତି, କେତେକ ନିର୍ଦ୍ଦିଷ୍ଟ ଫାର୍ମରେ ବାର୍ଡ ଫ୍ଲୁ' ଚିହ୍ନଟ ହୋଇଥିଲା। ଏହା ଚିହ୍ନଟ ହେବା ମାତ୍ରେ ଆକ୍ରାନ୍ତ ଅଞ୍ଚଳର ଦୁଇ କିଲୋମିଟର ମଧ୍ୟରେ ଥିବା ସମସ୍ତ ଫାର୍ମର କୁକୁଡାଙ୍କୁ ମାରି ପୋତି ଦିଆଯାଇଥିଲା। ଏହାଛଡ଼ା ସଂକ୍ରମିତ ଅଞ୍ଚଳର ୧୦ କିଲୋମିଟର ପରିଧି ଭିତରେ ଥିବା ଫାର୍ମ କୁକୁଡ଼ାଙ୍କୁ ସେହି ଅଞ୍ଚଳ ବାହାରକୁ ଛଡାଯାଇନଥିଲା। ତେବେ ବାର୍ଡ ଫ୍ଲୁ' ଖବର ପ୍ରଚାର ଯୋଗୁଁଁ ଲୋକେ ଆଉ ଭୟରେ କୁକୁଡା ମାଂସ କିମ୍ୱା ଅଣ୍ଡା ଖାଉନାହାନ୍ତି। ବାର୍ଡ ଫ୍ଲୁ' ବ୍ୟାପି ନ ଥିବା ଅନ୍ୟ ଜିଲ୍ଲାରୁ ଆସୁଥିବା ଅଣ୍ଡା ଓ କୁକୁଡ଼ାକୁ ଡରୁଛନ୍ତି। ଇତିମଧ୍ୟରେ ବାର୍ଡ-ଫ୍ଲୁ'ର ଆଉ କୌଣସି ନୂଆ ଅଭିଯୋଗ କିମ୍ୱା ପ୍ରମାଣ ଆସିନାହିଁ। ଫଳରେ ଚାଷୀ ନିଜ ନିଜ ଅଞ୍ଚଳରେ କ୍ଷତିରେ କୁକୁଡ଼ାଗୁଡ଼ିକୁ ବିକ୍ରି କରିଦେଉଥିବା ବେଳେ ଆଉ କିଛି ଚାଷୀ ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଫାର୍ମରେ ତାଲା ପକାଇଲେଣି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+