ବଢ଼ିଲା ମନ୍ତ୍ରୀ-ବିଧାୟକଙ୍କ ଦରମା, ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ....

ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ପୂର୍ବତନ ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ ସଂଶୋଧିତ ପାରିଶ୍ରମିକ ବିଲ୍ ଗୃହୀତ ହୋଇଛି, ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

MLAs increased

ଏହି ବିଲ୍ ଅନୁଯାୟୀ, ଆଗକୁ ପ୍ରତି ପାଞ୍ଚ ବର୍ଷରେ ଥରେ ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନ୍‌ସନ୍ ବୃଦ୍ଧି କରାଯିବାର ପ୍ରାବଧାନ ରହିଛି। କୌଣସି ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ। ବର୍ତ୍ତମାନର ଏବଂ ପୂର୍ବତନ ବିଧାୟକମାନଙ୍କର ଦରମା ଓ ପେନ୍‌ସନ୍ ଉଭୟ ୯୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବାଚସ୍ପତିଙ୍କ ମାସିକ ଦରମା ୪୦,୫୦୦ ଟଙ୍କାରୁ ୯୮,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

ଅଧିବେଶନର ୧୧ ଦିନର କାର୍ଯ୍ୟକାଳ ମଧ୍ୟରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ମଧ୍ୟ ଗୃହୀତ ହୋଇଛି। ନଭେମ୍ବର ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଥିବା ଏହି ଅଧିବେଶନ, ୨୯ଟି କାର୍ଯ୍ୟ ଦିବସ ମଧ୍ୟରୁ ମାତ୍ର ୧୧ ଦିନ ଚାଲି ମଙ୍ଗଳବାର ଶେଷ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+