ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା, ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି
କନିଷ୍ଠ ଶିକ୍ଷକଙ୍କ ବଢ଼ିଲା ଦରମା । କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର । କନିଷ୍ଠ ଶିକ୍ଷକଙ୍କ ଉପରେ ସରକାରଙ୍କ ଶୁଭଦୃଷ୍ଟି । ୧୧ ହଜାରରୁ ବଢ଼ି ୧୬ ହଜାର ହେଲା ଦରମା । ବର୍ଦ୍ଧିତ ଦରମା ଆଜିଠାରୁ ଲାଗୁ ହେବ ।

ମାସିକ ଦରମାରେ ୫ ହଜାର ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର । ସମଗ୍ର ଶିକ୍ଷା ଅଭିଯାନ ଅଧିନରେ କାର୍ଯ୍ୟରତ ଶିକ୍ଷକଙ୍କ ଦରମା ବୃଦ୍ଧି ।
ଗଣଶିକ୍ଷା ବିଭାଗ ସୂଚନା ଅନୁଯାୟୀ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ଏହି ବର୍ଦ୍ଧିତ ଦରମା ମିଳିବ । ସମଗ୍ର ଶିକ୍ଷା ସ୍କିମ୍ ଅନୁସାରେ ପୂର୍ବରୁ ମାସିକ ୧୧ ହଜାର ଟଙ୍କା ପାରିଶ୍ରମିକ ପାଉଥିବା ବେଳେ ଏବେ ଏହାକୁ ୧୬ ହଜାରକୁ ସରକାର ବୃଦ୍ଧି କରିଛନ୍ତି । ଆଜିଠାରୁ ହିଁ ଏହି ବର୍ଦ୍ଧିତ ଦରମା ମିଳିବା ନେଇ ସ୍ପଷ୍ଟ କରିଛନ୍ତି ସରକାର । ଏଥିରେ ଉପକୃତ ହେବେ ୧୩ ହଜାର ୭୪୦ ଶିକ୍ଷକ।
ତେବେ ପୂର୍ବରୁ ବିଭିନ୍ନ ଦାବି ନେଇ ଭୁବନେଶ୍ବର ରାଜରାସ୍ତାରେ ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନ କରିଥିଲେ । ଯାହାକୁ ଦୃଷ୍ଟି ରଖି ସରକାର ଆଜି ତାଙ୍କ ଦରମା ବୃଦ୍ଧି ଦାବି ପୂରଣ କରିଛନ୍ତି ।












Click it and Unblock the Notifications