୧୧ ଜଣ ବ୍ଲକ ଶିକ୍ଷା ଅଧିକାରୀ(BEO)ଙ୍କ ଦରମା ବନ୍ଦ
୧୧ ଜଣ ବ୍ଲକ ଶିକ୍ଷା ଅଧିକାରୀ(BEO)ଙ୍କ ଦରମା ବନ୍ଦ । ଜୁଲାଇ ମାସର ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ । ଏକ୍ ପେଡ୍ ମା'କେ ନାମ୍'ରେ ଗଛ ନଲଗାଇବା ଯୋଗୁଁ ଆକ୍ସନ୍। ଗଛ ଲଗାଇବାରେ ଟାର୍ଗେଟ୍ ପୂରଣ ନହେବାରୁ ଦରମା ବନ୍ଦ କରାଯାଇଛି ।

ବଲାଙ୍ଗୀର ଜିଲ୍ଲା ଅଧିକାରୀ ୧୧ଟି ବ୍ଲକ ଶିକ୍ଷା ଅଧିକାରୀ ହେଲେ, ଆଗଲପୁର ବିଇଓ ଶ୍ୟାମ ମେହେର, ସଇଁତଲା ବିଇଓ ଦିଲୀପ କୁମାର ଯୋଶୀ, ଟିଟିଲାଗଡ଼ ବିଇଓ ଆତ୍ରତ୍ରାଣ ରଥ, ଦେଓଗାଁ ବିଇଓ ମମତା ମହଦିକ, ଗୁଡଭେଲା ବିଇଓ ନମିତା ରାଣୀ ଭୋଇ, ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ଶବର, ମୁରିବାହାଲ ବିଇଓ ସାନ୍ତୁନୁ କୁମାର ପଢିହାରି, ତୁରକେଲା ବିଇଓ ଗୌତମ ପଟେଲ, ବେଲପଡା ବିଇଓ ଅଭିନବ ମିଶ୍ର, ପାଟଣାଗଡ ବିଇଓ ଶଙ୍କର ପ୍ରସାଦ ମାଝୀ, ଏବଂ ପୁଇଁତଲା ବିଇଓ ରତ୍ନମୟୀ ପୁରୋହିତ। ସମସ୍ତ ୧୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଜାରି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।












Click it and Unblock the Notifications