ବଢିବ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ଦରମା; ନବରଙ୍ଗପୁରରେ ଘୋଷଣା କଲେ ପାଣ୍ଡିଆନ
ଭୁବନେଶ୍ୱର: ଅଙ୍ଗନବାଡ଼ି, ଆଶାକର୍ମୀଙ୍କ ଦରମା ବଢ଼ିବା ନେଇ ଘୋଷଣା କଲେ ବିଜେଡି ନେତା ପାଣ୍ଡିଆନ । ଦରମା ବଢ଼ିବ ବୋଲି ରାଇଘରରେ ଘୋଷଣା କଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ମିଶନଶକ୍ତିର MBK, ANMଙ୍କ ଦରମା ମଧ୍ୟ ବଢ଼ିବ ବୋଲି କହିଲେ ପାଣ୍ଡିଆନ । ରାଜ୍ୟ ସରକାର ଦରମା ବଢ଼ାଇବେ ବୋଲି ସେ ଘୋଷଣା କରିଛନ୍ତି ।
ଖୁବ୍ଶୀଘ୍ର ଦରମା ବୃଦ୍ଧି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ମଧୁବାବୁ ପେନସନ ମଧ୍ୟ ବୃଦ୍ଧି କରାଯିବ ବୋଲି ୫T ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି । ଏନେଇ ଖୁବଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ବୋଲି ନବରଙ୍ଗପୁର ଗସ୍ତରେ କହିଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ।
ସୂଚନା ଯୋଗ୍ୟ, ଦଶ ଦଫା ଦାବିରେ ନିଜ ହକ୍ ପାଇଁ ଆଶାକର୍ମୀଙ୍କ ସହ ଆଶା ଓ୍ୱାର୍କର ବିକ୍ଷୋଭ କରିଥିଲେ । ସରକାରୀ କର୍ମଚାରୀ ମାନ୍ୟତା ସହିତ ସମାନ କାମକୁ ସମାନ ଦରମା ସହ ଅନେକ ଦାବି ରହିଥିଲା ।

ଏସବୁ ଦାବି ନେଇ ସେମାନେ ସିଡିଏମଓ, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରମୁଖଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ୱେ କିଛି ପଦକ୍ଷେପ ନିଆଗଲା ନାହିଁ । ଶେଷରେ ବାଧ୍ୟ ହୋଇ ଆନେଦୋଳ କରିଥିଲେ ।












Click it and Unblock the Notifications