ପବିତ୍ର ରାମନବମୀ ତିଥିରୁ ଆରମ୍ଭ ହେଲା ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ
ପବିତ୍ର ରାମନବମୀ ତିଥିରୁ ଆରମ୍ଭ ହେଲା ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ । ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ । ଏହା ଏକ ଭାଇଚାରାର ପ୍ରତୀକ । ରାମଜନ୍ମ ଠାରୁ ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖଡା ଚଳଚଞ୍ଚଳ ହୋଇଉଠିଛି ।
ବୀରବାଦ୍ୟର ତାଳେ ତାଳେ କାଳିକାଦେବୀ ସାହିରୁ ମାଟିମଣ୍ଡପ ସାହିକୁ ଆସିଛି ସାହିଯାତ । ପୁଣି ମାଟିମଣ୍ଡପ ସାହିରୁ କାଳିକାଦେବୀ ସାହିକୁ ଯିବ ସାହିଯାତ । ବୀର ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର ।

ପାଦର ପାହୁଲ ଓ ଆଖିର ଠାଣିରେ ସାହି ଭେଣ୍ଡିଆ । ବୀରଦର୍ପର ଚାଲି,କଥାକୁହା ଆଖି ଓ ମନମତାଣିଆ ବେଶରେ ବିଭୋର ହୋଇଛି ପୁରୀ ସହର । ରାମନବମୀ ଠାରୁ ସାହିଯାତରେ ଦୁଲୁକିଛି ଶ୍ରୀକ୍ଷେତ୍ର । ଆଉ ଉଜ୍ଜଳ ଆଲୋକମାଳାରେ ଝଲସି ଉଠିଛି ୮ ସାହି ଓ ୪୨କନ୍ଦି । କେବଳ ସେତିକି ନୁହେଁ ମଲିଫୁଲ ମାଳର ବାସ୍ନାରେ ମହକୁଛି ପୁରୁଷୋତ୍ତମ କ୍ଷେତ୍ର , ରାମନବମୀ ଦିନ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆରମ୍ଭ ହୋଇଛି ପାରମ୍ପରିକ ସାହିଯାତ ।
ପ୍ରଥମ ଦିନରେ କାଳିକାଦେବୀ ସାହିରୁ ସାହିଯାତ ବାହାରି ତାର ପାରମ୍ପରିକ ବାଦ୍ୟ ତଥା ବନ୍ଧୁସାହି ମାଟିମଣ୍ଡପ ସାହିକୁ ଯାଇଛି । ସେଠାରେ ରାବଣ, ପର୍ଶୁରାମ, ନବଶିରା, ସପ୍ତଶିରା, ଦୁର୍ଗା ମେଢ଼, ନାଗା ନୃତ୍ୟ ସହ ସମରକଳା ପ୍ରଦର୍ଶନ କରାଯାଇଛି । ତେବେ କାଳିକାଦେବୀ ସାହୀରୁ ସାହିଯାତ ଆସିଥିବା ବେଳେ ରାମ,ଲକ୍ଷ୍ମଣ, , ସୀତା,ଭରତ ଶତୃଘ୍ନ, ଓ ରୁଷିଶ୍ରେଷ୍ଠ ଶ୍ରୀମନ୍ଦିରକୁ ଯାଇଥିଲେ । ମହାପ୍ରଭୁଙ୍କ ରାମଜନ୍ମ ନୀତିସାରି ଫେରିଛନ୍ତି । ରାତି ତମାମ ସାହିଯାତ ଉପଭୋଗ କରିଛନ୍ତି ପୁରୀବାସୀ । ଏହା ଏକ ଭାଇ ଚାରାର ଉତ୍ସବ । ଶ୍ରୀମନ୍ଦିରରେ ରାମଲିଳା ସହ ଏହା ସଂଶ୍ଳିଷ୍ଟ । ସେପଟେ ମାଟିମଣ୍ଡପ ସାହିରୁ କାଳିକାଦେବୀ ସାହିକୁ ଆଜି ବାହାରିବ ସାହିଯାତ ।
ସେପଟେ ଶ୍ରୀମନ୍ଦିର ରୀତିନୀତି ସହ ସାହିଯାତ ଜଡିତ । ପ୍ରତିଦିନ ସାତ ସାହିରୁ ବାହାରିବାକୁ ଥିବା ଚରିତ୍ର ଗୁଡିକ ବନ୍ଧୁ ସାହି ଵା ବାଦିସାହିରେ ନୃତ୍ୟ ପ୍ରଦର୍ଶନ କରିବା ପରେ ଜଗନ୍ନାଥ ବଲ୍ଳଭ ମଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନୀତିରେ ସାମିଲ ହୋଇଥାନ୍ତି । ଶ୍ରୀରାମ ନବମୀ ଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହେବା ପରେ ଆଜ୍ଞାମାଳ ପାଇ ଶ୍ରୀରାମ ଓ ଶ୍ରୀଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥବଲ୍ଲଭ ମଠକୁ ଯାଇଥାନ୍ତି । ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତାବିବାହ, ପର୍ଶୁରାମ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡି ଲୀଳା , ଓ ରାବଣବଦ୍ଧ ଲୀଳାମାନ ସମ୍ପୂର୍ଣ ହୋଇଥାଏ ।
ତେବେ କାଳିକାଦେବୀ ସାହିରୁ ବାହାରିଥିବା ସାହିଯାତ ରାମ ଓ ଲକ୍ଷ୍ମଣଙ୍କ ସାମିଲ ହୋଇଥିଲେ । ତାପରେ ଜଗନ୍ନାଥ ବଲ୍ଲଭରେ ନୀତି ସମ୍ପୂର୍ଣ୍ଣ ହୋଇଥିଲା । ଆଜି ମାଟିମଣ୍ଡପ ସାହିରୁ କାଳିକାଦେବୀ ସାହିକୁ ବାହାରିବ ସାହିଯାତ । କାଳିକାଦେଵୀ ସାହି ପକ୍ଷରୁ ରାମଜନ୍ମ ନୀତି, ହରଚଣ୍ଡୀ ସାହି ତରଫରୁ ଯଜ୍ଞରକ୍ଷା ନୀତି, ମାର୍କେଣ୍ଡଶ୍ୱର ସାହି ତରଫରୁ ବନବାସ ନୀତି, କୁଣ୍ଢେଇବେଣ୍ଟ ସାହି ତରଫରୁ ସୀତାଚୋରି ନୀତି, ଦୋଳମଣ୍ଡପ ସାହି ତରଫରୁ ଲଙ୍କାପୋଡି ନୀତି, ବାଲିସାହି ତରଫରୁ ରାବଣ ବଦ୍ଧ ନୀତି ଓ ଗୌଡବାଡ ସାହି ତରଫରୁ ରାମଭିଷେକ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications