ଜନ୍ମମାଟିରେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ସମଗ୍ର ଅଞ୍ଚଳ

ପୁରୀ:ଜନ୍ମମାଟିରେ ପହଁଞ୍ଚିଲା ସହିଦ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ଶେଷ ଦର୍ଶନ କରୁଛନ୍ତି ହଜାର ହଜାର ଲୋକ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ତାୟତସାହିରେ ଶୋକାକୂଳ ପରିବେଶ । ଜନ୍ମମାଟିରେ ଦିଆଗଲା ଗାର୍ଡ ଅଫ୍ ଅନର । ଆଉ କିଛି ସମୟ ପରେ ଗାଁ ଶ୍ମଶାନରେ ହେବ ଶେଷକୃତ୍ୟ ।

ଆଜି ଭୁବନେଶ୍ୱରରୁ ଏୟାରପୋର୍ଟରୁ ଏକ ବିରାଟ ଶୋଭାଯାତ୍ରାରେ ଜନ୍ମମାଟି ଖଣ୍ତାୟତ ସାହି ଅଣାଯାଇଥିଲା । ବୀର ପୁତ୍ରର ଶେଷ ବିଦାୟ ଦେବା ପାଇଁ ସମଗ୍ର ଅଞ୍ଚଳ ଲୋକାରଣ୍ୟ ହୋଇପଡିଛି । ରାଜଧାନୀ ଭୁବନେଶ୍ୱରରୁ ସତ୍ୟବାଦୀ ପର୍ଯ୍ୟନ୍ତ ରାସ୍ତାରେ ହଜାର ହଜାର ଲୋକ ଦେବାଶିଷଙ୍କ ଶେଷ ଦର୍ଶନ କରିଥିଲେ । ଦେବାଶିଷ୍ ଅମର ରହେ ନାରାରେ କମ୍ପୁଛି ସାରା ଅଞ୍ଚଳ ।

 Debasish Biswal

ସୂଚନାଥାଉ ଯେ, ଆଜି ସକାଳୁ ଏକ ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନରେ ଦେବାଶିଷଙ୍କ ମର ଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା ।
ବିମାନ ବନ୍ଦରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ରାଜ୍ୟପାଳ ଗଣେଶୀ ଲାଲ ।

ମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ତା, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ସେହିପରି ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଓ ବିଭିନ୍ନ ସେମାଧିକାରୀ ସହିଦ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀରକୁ ପୁଷ୍ପଗୁଚ୍ଛ ଅର୍ପଣ କରି ଶେଷ ଦର୍ଶନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+