ନୂଆଁଖାଇରେ ଆସିଲା ଦୁଃଖ ଖବର; ପୋଖରୀରେ ବୁଡି ନାବାଳକ ମୃତ
ଘରେ ଚାଲିଥିଲା ନୂଆଁଖାଇ ପ୍ରସ୍ତୁତି। ଭଳିକି ଭଳି ପିଠାପଣା ପ୍ରସ୍ତୁତ ହେଉଥିବା ବେଳେ ନୂଆ ଡ୍ରେସ୍ ବି କିଣା ହୋଇଥିଲା। ଘରେ ବନ୍ଧୁବାନ୍ଧକଙ୍କ ଭିଡ଼ ବି ଜମିଥିଲା। ଏହି ଆନନ୍ଦଉଲ୍ଲାସରେ ସାମିଲ ହେବା ନିମନ୍ତେ ତରତର ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନାବାଳିକା। ମାତ୍ର ଘଟିଗଲା ଅଘଟଣ । ଆଉ ଫେରିଲେନି ନାବାଳିକା।

ପରିବାର ଲୋକେ ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏପରି ଏକ ଦୁଃଖଦ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଲବସପୁର ଗାଁରେ ଘଟିଛି। ମୃତକ ହେଲେ ୧୭ ବର୍ଷୀୟ ଶୋଭାଗିନୀ କର୍ଣ୍ଣ । ଫଳରେ ହସଖୁସିରେ ଫାଟିପଡ଼ୁଥିବା ଘର ହଠାତ୍ କାନ୍ଦବୋବାଳିରେ ଫାଟି ଉଠୁଛି।
ଘରେ ନୂଆଖାଇ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଶୋଭାଗିନୀ ଖୁସି ମନରେ ଗାଧୋଇବାକୁ ପୋଖରୀକୁ ଯାଇଥିଲେ। ଗାଧୋଇ ସାରିବା ପରେ ନୂଆ ଡ୍ରେସ ପିନ୍ଧି ପିଠାପଣା ଖାଇ ସାଙ୍ଗଙ୍କ ସହ ମଜାମସ୍ତି କରିଥାନ୍ତେ। ମାତ୍ର ତାଙ୍କ ଆଶା ପୂରଣ ହୋଇପାରିଲାନି।












Click it and Unblock the Notifications