ନନ୍ଦନକାନନରୁ ଆସିଲା ଦୁଃଖ ଖବର ; ସିଂହୀ ବିଜଲି ଜନ୍ମ ଦେଇଥିଲା ୫ ଶାବକରୁ ଆଖିବୁଜିଲେ ଦୁଇ ଶାବକ

ବାରଙ୍ଗ: ଗତ ଗୁରୁବାର ନନ୍ଦନକାନନରେ ପ୍ରାଣୀ ଉଦ୍ୟାନରେ ଖେଳିଯାଇଥିଲା ଖୁସିର ଲହରୀ । ସିଂହୀ ବିଜଲି ଜନ୍ମ ଦେଇଥିଲା ୫ ଶାବକ । ହେଲେ ଏଥିରୁ ଦୁଇ ଦିନରେ ଦୁଇଟି ଶାବକ ଆଖ ବୁଜିଲେଣି ।

Nandankanan

ତେବେ ଜନ୍ମ ଦେବା ପରେ ବିଜଲି ଏହି ଦୁଇ ଶାବକଙ୍କୁ ଗ୍ରହଣ କରିନଥିଲା । ଯାହା ଫଳରେ ମା କ୍ଷୀରରୁ ବଞ୍ଚିତ ରହିଥିଲେ ୨ଟି ଶାବକ । ପରେ ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହେବାରୁ ଆଉ ଜଣଙ୍କୁ ପ୍ରାଣୀ ଚିକିତ୍ସାଳୟ ଅଣାଯାଇ ଚିକିତ୍ସା କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାହାର ଆଜି ମୃତ୍ୟୁ ଘଟିଛି । ତେବେ ମା କ୍ଷୀର ନପାଇବାରୁ ୨ ଶାବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ସେପଟେ ଅନ୍ୟ ଶାବକମାନଙ୍କୁ ବିଜଲି ଠିକ୍ ଭାବରେ ଲାଳନା ପାଳନ କରୁଥିବା ସିସିଟିଭ ଜରିଆରେ ଦେଖିବାକୁ ମିଳିଛି । ଏହି ଦୁଇ ଶାବକଙ୍କ ମୃତ୍ୟୁ ପରେ ଏବେ ନନ୍ଦନକାନନରେ ସିଂହ ସଂଖ୍ୟା ୨୩କୁ ହ୍ରାସ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+