ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସରୁଛି ପ୍ରଚାର: ଆଜି ଓଡିଶା ଆସୁଛନ୍ତି ସଚିନ ପାଇଲଟ, ଦେବଗଡରେ ହେମାମାଳିନୀଙ୍କ ରୋଡ ଶୋ'
Lok Sabha Election 2024: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାରର ଶେଷ ଦିନ । ବହୁ ହେବିୱେଟ ନେତା ଆଜି ଓଡ଼ିଶାରେ ପକାଇବେ ଡେରା । ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦର ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେହିପରି କଣ୍ଟାବାଞ୍ଜିରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଦେବଗଡରେ ପ୍ରଚାର କରିବେ ବିଜେପି ନେତ୍ରୀ ତଥା ଅଭିନେତ୍ରୀ ହେମାମାଳିନୀ ।

ସୂଚନା ଅନୁସାରେ, ଦିନ ୧୨.୩୦ ସମୟରେ ବାଲେଶ୍ୱର ପୋଲିସ ଗ୍ରାଉଣ୍ତରେ ଏକ ସାଧାରଣ ସଭାରେ ଯୋଗ ଦେବେ ସିଚିନ୍ ପାଇଲଟ । ଏହାପରେ ଅପରାହ୍ନ ୨ଟା ୪୫ରେ ଭୋଗରାଇ ଥାନା ଛକ ନିକଟରେ ଆୟୋଜିତ ଏକ ସାଧାରଣ ସଭାକୁ ଉଦବୋଧନ ଦେବେ । ସଂଧ୍ୟା ୬ଟାରେ ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ସିଚିନ୍ ପାଇଲଟ ।












Click it and Unblock the Notifications