For Quick Alerts
Turn On Notification  
For Daily Alerts
Oneindia App Download

ଯମ ନେଇଗଲା ସତ୍ୟବାନକୁ : କରୋନା ମହାମାରୀରେ ସ୍ୱାମୀଙ୍କୁ ହରାଇଲା ସାବିତ୍ରୀ

ସାବିତ୍ରୀ ବ୍ରତ ଦିନ ସ୍ୱାମୀର ମୃତ୍ୟୁ । କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ସ୍ୱାମୀ ହେଉଛନ୍ତି କଟକ ଆଠଗଡର ମାୟାଧର ପ୍ରଧାନ ।

|

କଟକ : ଯମ ପାଖରୁ ସ୍ୱାମୀକୁ ଫେରାଇ ଆଣିଥିଲା ସାବିତ୍ରୀ । ଯାହାକୁ ନେଇ ଆଜି ପାଳନ ହେଉଛି ସାବିତ୍ରୀ ଓଷା । ହେଲେ କରୋନାର କୋପ ସଧବା ସାବିତ୍ରୀଙ୍କୁ ଆଜିଭଳି ଦିନରେ ବିଧବା କରି ଦେଇଛି । ମହାମାରୀର ଦାଉ ଭିତରେ ଆଜିର ପବିତ୍ର ଦିନରେ ସିନ୍ଦୁର ପୋଚିଛି ସାବିତ୍ରୀ । ଘଟଣାଟି ଆସିଛି କଟକ ଜିଲ୍ଲା ଆଠଗଡ ଟାଉନର ରାଜନଗର ଗାଁରୁ । କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ସ୍ୱାମୀଙ୍ ନାମ ହେଉଛି ମାୟାଧର ପ୍ରଧାନ ।

ସାବିତ୍ରୀ
ମାୟାଧର କିଛି ଦିନ ହେଲା ନିଜକୁ ଅସୁସ୍ଥ ଅନୁଭବ କରୁଥିଲେ । ଏହାକୁ ନେଇ ସେ ତାଙ୍କର କୋଭିଡ୍ ପରୀକ୍ଷା କରାଇଥିଲେ । ଏଥିରେ ତାଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା । ସେ ମାଧପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଅକ୍ସିଜେନ୍ ସ୍ତର କମିବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପରେ ସମଗ୍ର ଅଞ୍ଚଳରେ ଏବେ ଶୋକର ଛାଇ ଖେଳି ଯାଇଛି ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Sabitri Brata Turns Tragic For Wife As Husband Passed Away in Covid 19 Odisha Cuttack
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X