Get Updates
Get notified of breaking news, exclusive insights, and must-see stories!

ଯମ ନେଇଗଲା ସତ୍ୟବାନକୁ : କରୋନା ମହାମାରୀରେ ସ୍ୱାମୀଙ୍କୁ ହରାଇଲା ସାବିତ୍ରୀ

ସାବିତ୍ରୀ ବ୍ରତ ଦିନ ସ୍ୱାମୀର ମୃତ୍ୟୁ । କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ସ୍ୱାମୀ ହେଉଛନ୍ତି କଟକ ଆଠଗଡର ମାୟାଧର ପ୍ରଧାନ ।

କଟକ : ଯମ ପାଖରୁ ସ୍ୱାମୀକୁ ଫେରାଇ ଆଣିଥିଲା ସାବିତ୍ରୀ । ଯାହାକୁ ନେଇ ଆଜି ପାଳନ ହେଉଛି ସାବିତ୍ରୀ ଓଷା । ହେଲେ କରୋନାର କୋପ ସଧବା ସାବିତ୍ରୀଙ୍କୁ ଆଜିଭଳି ଦିନରେ ବିଧବା କରି ଦେଇଛି । ମହାମାରୀର ଦାଉ ଭିତରେ ଆଜିର ପବିତ୍ର ଦିନରେ ସିନ୍ଦୁର ପୋଚିଛି ସାବିତ୍ରୀ । ଘଟଣାଟି ଆସିଛି କଟକ ଜିଲ୍ଲା ଆଠଗଡ ଟାଉନର ରାଜନଗର ଗାଁରୁ । କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ସ୍ୱାମୀଙ୍ ନାମ ହେଉଛି ମାୟାଧର ପ୍ରଧାନ ।

ସାବିତ୍ରୀ
ମାୟାଧର କିଛି ଦିନ ହେଲା ନିଜକୁ ଅସୁସ୍ଥ ଅନୁଭବ କରୁଥିଲେ । ଏହାକୁ ନେଇ ସେ ତାଙ୍କର କୋଭିଡ୍ ପରୀକ୍ଷା କରାଇଥିଲେ । ଏଥିରେ ତାଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା । ସେ ମାଧପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଅକ୍ସିଜେନ୍ ସ୍ତର କମିବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପରେ ସମଗ୍ର ଅଞ୍ଚଳରେ ଏବେ ଶୋକର ଛାଇ ଖେଳି ଯାଇଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+