ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସ ଗିରଫ, ୨ ଦିନ ପରେ ଅବସର ନେଇଥାଆନ୍ତେ

ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସ ଗିରଫ, ୨ ଦିନ ପରେ ଅବସର ନେଇଥାଆନ୍ତେ

ଭୁବନେଶ୍ୱର: RWSSର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । କ୍ରିପ୍ଟୋ କରେନ୍ସିରେ ବି ନିବେଶ କରିଛନ୍ତି ନିହାର ରଞ୍ଜନ । କ୍ରିପ୍ଟୋ କରେନ୍ସିରେ ୩୮ଟି ଡକ୍ୟୁମେଣ୍ଟ ଜବତ କରିବା ସହ ମାଳ ମାଳ କୋଠାବାଡ଼ି, ଯାନବାହନ ସହ ବିପୁଳ ଗହଣା ଗାଣ୍ଠି ଠାବ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ ସମ୍ବଲପୁରରେ ନିହାରଙ୍କ ନାଁରେ ରହିଛି ଏକାଧିକ ପ୍ଲଟ ।

nihar ranjan das

ସୂଚନାଥାଉ ଯେ, ଗତ ଶୁକ୍ରବାର ଦିନ ଭିଜିଲାନ୍ସ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ୬ଟି ସ୍ଥାନ ଯଥା ଖୋର୍ଦ୍ଧା, ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ରେ ଚଢ଼ାଉ‌ କରି ତାଙ୍କ ନାମରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା । ତାଙ୍କ ପାଖରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮ କୋଟିରୁ ଅଧିକ ସମ୍ପତ୍ତି ଜବତ କରାଯାଇଛି । ତେବେ ଭିଜିଲାନ୍ସ ଚଢ଼ାଉ ବେଳେ ନିହାର ରଞ୍ଜନ ଦାସ କ୍ରିପ୍ଟୋ କାରବାର ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ରେଡ୍‌ ସମୟପେ ପ୍ରମାଣ ନଷ୍ଟ କରିବା ପାଇଁ ୩୮ଟି ଡକ୍ୟୁମେଣ୍ଟ ଏବଂ ମୋବାଇଲକୁ ଫିଙ୍ଗି ଦେଇଥିଲେ । ହେଲେ ଶେଷରେ ସମସ୍ତ ପ୍ରମାଣ ଭିଜିଲାନ୍ସ ହାତରେ ଲାଗିଥିଲା । ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସ ଆଉ ୨ ଦିନ ପରେ ଚାକିରିରୁ ଅବସର ନେଇଥାଆନ୍ତେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+