Get Updates
Get notified of breaking news, exclusive insights, and must-see stories!

ରୋଷେଇ ଘରେ ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ: ୩୦ ଟଙ୍କା ବଢ଼ିଲା ଖାଇବା ତେଲ ଦର

ରୋଷେଇ ଘରେ ପଡିଲାଣି ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ । ୩୦ ଟଙ୍କା ବଢ଼ିଲା ଖାଇବା ତେଲ ଦର । ଆମ ଦେଶରେ ୭୦ ପ୍ରତିଶତ ଖାଇବା ତେଲ ବିଦେଶରୁ ଆମଦାନୀ ହୋଇଥାଏ । ଏବେ ଯୁଦ୍ଧ ଯୋଗୁଁ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି ।

ଭୁବନେଶ୍ୱର: ରୋଷେଇ ଘରେ ପଡିଲାଣି ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ । ୩୦ ଟଙ୍କା ବଢ଼ିଲା ଖାଇବା ତେଲ ଦର । ଆମ ଦେଶରେ ୭୦ ପ୍ରତିଶତ ଖାଇବା ତେଲ ବିଦେଶରୁ ଆମଦାନୀ ହୋଇଥାଏ । ଏବେ ଯୁଦ୍ଧ ଯୋଗୁଁ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି ।

 Russia Ukraine War Effect

ଲିଟର ପିଛା ୩୦ ଟଙ୍କା ବଢ଼ିଛି ପାମୋଲିନ୍ ତେଲ । ସେହିପରି ସନଫ୍ଲାଓ୍ୱାର ତେଲ ଦର ବି ଆକାଶ ଛୁଆଁ ରହିଛି । ତେବେ ରାଜ୍ୟରେ ଯେତିକି ପରିମାଣର ତେଲ ଗଚ୍ଛିତ ଅଛି ତାହା ସପ୍ତାହକ ମଧ୍ୟରେ ଶେଷ ହୋଇଯିବ । ଏପରି ସ୍ଥିତିରେ ଯଦି ତୈଳ ଆମଦାନୀ ନହୁଏ ତେବେ ସ୍ଥିତି ସଙ୍ଗୀନ ହେବ ।

ସୂଚନା ଅନୁସାରେ ଓଡ଼ିଶାକୁ ଦୈନିକ ଦେଢ଼ ହଜାରରୁ ୨ ହଜାର ଟନ୍ ତେଲ ଆମଦାନୀ ହୁଏ । ସେହିପରି ବାର୍ଷିକ ୬ ଲକ୍ଷ ଟନ୍ ତୈଳ ଓଡ଼ିଶାକୁ ଆସିଥାଏ । ଯଦି ଭାରତ କଥା କହିବା ତାହାଲେ ଭାରତକୁ ବାର୍ଷିକ ୧.୯୦ କୋଟି ଟନ୍ ତୈଳ ଆବଶ୍ୟକତା ରହିଛି । ସେଥିରୁ ୧.୩୦ କୋଟି ଟନ୍ ହିସାବରେ ୭୦ ପ୍ରତିଶତ ଆମଦାନୀ ହୋଇଥାଏ । ସେଥି ମଧ୍ୟରୁ ୫୦ ପ୍ରତିଶତ ପାମୋଲିନ୍, ୨୦ ପ୍ରତିଶତ ସନଫ୍ଲାଓ୍ବାର ତୈଳ ଆମଦାନୀ ହୋଇଥାଏ ।

ଆମଦାନୀ ହେଉଥିବା ମୋଟ ତୈଳରୁ ୨୩ ଲକ୍ଷ ଟନ ସନଫ୍ଳାଓ୍ବାର, ୨୪ ଲକ୍ଷ ଟନ୍ ପାମୋଲିନ୍ କେବଳ ୟୁକ୍ରେନରୁ ଆସିଥାଏ । କିନ୍ତୁ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ଆମଦାନୀରେ ବ୍ୟାଘାତ ସୃଷ୍ଟି ହୋଇଛି । ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦେବେ ତେବେ ଆସନ୍ତା ସପ୍ତାହକ ମଧ୍ୟରେ ତୈଳ ଦର ୫୦ ଟଙ୍କା ବୃଦ୍ଧି ପାଇବ ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+