ୟୁକ୍ରେନରୁ ଫେରିଲେ 5 ଓଡିଆ ଛାତ୍ରଛାତ୍ରୀ, ଆଜି ଆହୁରି ଫେରିବେ
ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଓଡିଶାର ଆଉ ପାଞ୍ଚଜଣ ଛାତ୍ର ଆଜି ସକାଳେ ଓଡିଶା ଫେରିଛନ୍ତି।
ଭୁବନେଶ୍ୱର: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଓଡିଶାର ଆଉ ପାଞ୍ଚଜଣ ଛାତ୍ର ଆଜି ସକାଳେ ଓଡିଶା ଫେରିଛନ୍ତି। ଖବର ଅନୁଯାୟୀ, ଅପରେସନ୍ ଗଙ୍ଗା ଦ୍ୱାରା ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଛାତ୍ରମାନେ ଏୟାର-ଇଣ୍ଡିଆ ବିମାନ ଯୋଗେ ପହଞ୍ଚିଛନ୍ତି ।

ଆହୁରି ମଧ୍ୟ 20 ଜଣ ଓଡିଆ ଛାତ୍ର ଆଜି ଦିଲ୍ଲୀରେ ପହଞ୍ଚିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦିଲ୍ଲୀରେ ରହିବା ପାଇଁ ଓଡ଼ିଶା ଭବନରେ ସମସ୍ତ ବ୍ୟବସ୍ଥା କରାଯାଇଛି। ପୋଲାଣ୍ଡରୁ ପ୍ରାୟ ଦୁଇଟି ବିମାନ ଗୋଟିଏ ରେ 218 ଜଣ ଓ ଅନ୍ୟଟିରେ 219 ଜଣଙ୍କୁ ନେଇ ଆଜି ଭାରତ ଫେରିବ ବୋଲି ସୂଚନା ରହିଛି । ଏହା ପରେ ଆଗାମୀ ତିନି ଦିନ ମଧ୍ୟରେ ୟୁକ୍ରେନ ସୀମାରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ଆହୁରି 26 ବିମାନ ଉଡ଼ାଣ ଭରିବ ।
ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ୍ ଗଙ୍ଗାକୁ ଜୋରଦାର କରିଛନ୍ତି। ଥଇଥାନ କାର୍ଯ୍ୟରେ ଭାରତୀୟ ବାୟୁସେନା ମଧ୍ୟ ହାତ ମିଳାଇଛି।
ପଡୋଶୀ ଦେଶ ୟୁକ୍ରେନରୁ ବୁଖାରେଷ୍ଟ, ରୋମାନିଆ, ବୁଦ୍ଧାପେଷ୍ଟ, ହଙ୍ଗେରୀ, ପୋଲାଣ୍ଡ ଏବଂ ସ୍ଲୋଭାକିଆ ରିପବ୍ଲିକ୍ ଦେଇ ଭାରତୀୟମାନଙ୍କୁ ଭାରତକୁ ପଠାଯାଉଛି।
ଭାରତୀୟ ବାୟୁସେନାର ସାମରିକ ପରିବହନ ବିମାନ C-17 ଗ୍ଲୋବାମାଷ୍ଟର ବୁଧବାର ସକାଳ 4 ଟାରେ ରୋମାନିଆ ଅଭିମୁଖେ ଯାଇ ଉଦ୍ଧାର କାର୍ଯ୍ୟ ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନରୁ ଭାରତୀୟମାନଙ୍କୁ ଆଣିଛି ।
ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, କିବରେ ଆଉ ଭାରତୀୟ ନାଗରିକ ନାହାଁନ୍ତି। କିବରେ ଥିବା ଭାରତୀୟ ଦୂତାବାସ ମଧ୍ୟ ବନ୍ଦ ରହିଛି। ୟୁକ୍ରେନରେ 20,000 ରୁ ଅଧିକ ଭାରତୀୟ ଫସି ରହିଥିଲେ ଯେଉଁଥିରୁ ପ୍ରାୟ 60% ଲୋକ ଫେରି ଆସିଛନ୍ତି।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ସକାଳେ ୟୁକ୍ରେନର ଖାର୍କିଭରେ ଗୁଳି ବିନିମୟରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଟ୍ୱିଟରରେ ସୂଚନା ଦେଇଛି। ମୃତ ଭାରତୀୟ ଛାତ୍ର କର୍ଣ୍ଣାଟକର ବାସିନ୍ଦା ନବୀନ ସେକାରପ୍ପା ବୋଲି ଜଣାପଡିଛି। ସେ ଖାର୍କିଭ ଜାତୀୟ ଚିକିତ୍ସା ବିଶ୍ୱବିଦ୍ୟାଳୟରେ 4ର୍ଥ ବର୍ଷରେ ଛାତ୍ର ଥିଲେ।












Click it and Unblock the Notifications