୨୦୨୩ ଫେବୃଆରୀ ସୁଦ୍ଧା ଶେଷ ହେବ ଋଷିକୂଲ୍ୟା ବ୍ରିଜର ନିର୍ମାଣ କାମ
ପୁରୁଷୋତ୍ତମପୁରରୁ ତାରାତାରିଣୀ ମନ୍ଦିର ଛକକୁ ସଂଯୋଗ କରୁଥିବା ଋଷିକୂଲ୍ୟା ନଦୀରେ ନିର୍ମାଣାଧିନ ନୂତନ ବ୍ରିଜ୍ର କାମ ୨୦୨୩ ଫେବୃଆରୀ ମାସ ସୁଦ୍ଧା ସାରିବା ପାଇଁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି ।
ଗଞ୍ଜାମ: ଆଜି ରାଜ୍ୟ ଗ୍ରାମ୍ଯଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି । ତେବେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ମନ୍ଦିର ପାର୍ଶ୍ବ ପାଚରୀ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ପ୍ରମୁଖ ଶାସନ ସଚିବ ।

ସେହିପରି ପୁରୁଷୋତ୍ତମପୁରରୁ ତାରାତାରିଣୀ ମନ୍ଦିର ଛକକୁ ସଂଯୋଗ କରୁଥିବା ଋଷିକୂଲ୍ୟା ନଦୀରେ ନିର୍ମାଣାଧିନ ନୂତନ ବ୍ରିଜ୍ର କାମ ୨୦୨୩ ଫେବୃଆରୀ ମାସ ସୁଦ୍ଧା ସାରିବା ପାଇଁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି । ଗସ୍ତ ସମୟରେ ଇଆଇସି ଶ୍ରୀ ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।












Click it and Unblock the Notifications