ସାଢ଼େ ୫ ପୂର୍ବରୁ ଅଫିସ ଛାଡ଼ିବା ମନା; ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶନାମା

ସାଢ଼େ ୫ ପୂର୍ବରୁ ଅଫିସ ଛାଡ଼ିବା ମନା । ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶନାମା । ୧୦ଟାରେ ଅଫିସ ଆସିବେ, ୫ଟା ୩୦ ପୂର୍ବରୁ ଅଫିସ ଛାଡ଼ି ପାରିବେନି । ସନ୍ଧ୍ୟା ୫ଟା ୩୦ ପରେ ଘରକୁ ଯିବେ କର୍ମଚାରୀ । ଅତି କମରେ ସାଢେ ୭ ଘଣ୍ଟା ଅଫିସରେ ଉପସ୍ଥିତ ରହିବେ । ସମସ୍ତଙ୍କର ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ । ପଞ୍ଚ 'ଆଉଟ୍‌' ନଥିଲେ ଆବସେଣ୍ଟ ପଡ଼ିବ ।

Rural Development Department employees NOTICE

ଏଣିକି ନେତା କିମ୍ବା ଅଧିକାରୀ ମନଇଚ୍ଛା ଗାଡ଼ିରେ ନାଲି/ନୀଳ ବତି ବ୍ୟବହାର କରିପାରିବେ ନାହିଁ। ଏହାକୁ କିଏ ବ୍ୟବହାର କରି‌େ‌ବ ତାହା ପରିବହନ ବିଭାଗ ନିର୍ଦ୍ଧାରଣ କରିବ। ଏଥିପାଇଁ ସ୍ବତନ୍ତ୍ର ଅନୁମତି ନେବାକୁ ହେବ। ଏନେଇ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ରାଜସ୍ବ, ଗୃହ, ନଗର ଉନ୍ନୟନ ବିଭାଗର ସଚିବଙ୍କ ସମେତ ପୁଲିସ ମହାନିର୍ଦେଶକ ଏବଂ ଗୃହରକ୍ଷୀ ଓ ଅଗ୍ନିଶମ ମହାନିର୍ଦେଶକଙ୍କୁ ପତ୍ର ଲେଖିଛନ୍ତି।

ଏଥିରେ କୁହାଯାଇଛି ଯେ ଗାଡ଼ିରେ ନାଲି, ନୀଳ କିମ୍ବା ବିବିଧ ରଙ୍ଗର ବତି ବ୍ୟବହାର ସମ୍ପର୍କରେ ସରକାର ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି। କିନ୍ତୁ ଏହି ନିୟମର ଉଲ୍ଲଙ୍ଘନ କରାଯାଉଥିବା ଜଣାପଡ଼ିଛି। ପୁଣି ଥରେ ଏହା ସ୍ପଷ୍ଟ କରାଯାଉଛି ଯେ, ଗାଡ଼ିରେ ରଙ୍ଗ ବେରଙ୍ଗର ବତି ବ୍ୟବହାର ପାଇଁ ପରିବହନ କମିସନରଙ୍କଠାରୁ ଅନୁମତି ନେବା ଜରୁରୀ। ଯେଉଁମାନେ ଏହି ବତି ବ୍ୟବହାର ପାଇଁ କ୍ଷମତାପ୍ରାପ୍ତ ସେମାନଙ୍କୁ ଏକ ଷ୍ଟିକର୍ ଜାରି କରାଯିବ। ଏ ସମ୍ପର୍କରେ ବିଭାଗଗୁଡ଼ିକ ନିଜ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦେଶନାମା ଜାରି କରାଇବା ଜରୁରୀ ବୋଲି ଶ୍ରୀମତୀ ପାଢ଼ୀ ପତ୍ରରେ ଉଲ୍ଲେଖ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+