ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ, ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ: ପୃଥ୍ବୀରାଜ ହରିଚନ୍ଦନ
ରାଜ୍ୟର ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ । ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ହେଲାଣି ବୋଲି କହିଲେ ମନ୍ତ୍ରୀ।

ଗ୍ରାମ୍ୟ ନ୍ୟାୟଳୟ ଖୋଲିଲେ ମାମଲା ସଂଖ୍ୟା କମିବ । ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହା ଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇପାରିବେ । ଅଦରକାରୀ ଆଇନ ସବୁ ଡଷ୍ଟବିନକୁ ଯିବ । ରାଜ୍ୟରେ ଅଦରକାରୀ ଆଇନକୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଉପରେ ସଚେତନତା କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।












Click it and Unblock the Notifications