Get Updates
Get notified of breaking news, exclusive insights, and must-see stories!

ପିସିଆର କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି, ଲାଗିଲା ନୋଟିସ୍ ; ଏଣିକି ନିୟମ ଖିଲାପ କଲେ ସସପେଣ୍ଡ

ଏଣିକି ଆଉ ପିସିଆର କର୍ମଚାରୀଙ୍କ ମନମାନି ଚଳିବନି । ପୁଲିସ ସ୍କାନରରୁ ସେମାନେ ବର୍ତ୍ତିପାରିବେନି । ଯଦି କେହି ପିସିଆର କର୍ମଚାରୀ କର୍ତ୍ତବ୍ୟ ପାଳନରେ ଉଲମ ବିଲମ କରନ୍ତି, ତେବେ ସିଧା ନିଲମ୍ବିତ ହେବ । ଚାକିରିରୁ ବହିଷ୍କୃତ ହେବା ପରେ ଜେଲ୍ ମଧ୍ୟ ଯିବାକୁ ପଡିପାରେ ।

Rules tightened for PCR

ଅତିରିକ୍ତ ଆରକ୍ଷୀ ଆୟୁକ୍ତ (ଭିକ୍ଟୋର କଣ୍ଟ୍ରୋଲ ରୁମ୍) ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଯାହାର ଏକ କପି, ପ୍ରତି ପିସିଆର ଭ୍ୟାନ୍ ଭିତରେ ଛପାଯାଇଛି । ସେଥିରେ ଉଲ୍ଲେଖ ରହିଛି ଯେ ପିସିଆର ଭ୍ୟାନ ଇନ୍ଚାର୍ଜ ଥିବା ସ୍ପେଶାଲ ପୁଲିସ ଅଫିସର କିମ୍ବା ଅବସରପ୍ରାପ୍ତ କର୍ମଚାରୀମାନେ କୌଣସିମତେ ଆଇନ୍କାନୁନକୁ ଲଂଘିବେନି । କୌଣସି ପ୍ରକାର ବିଶୃଙ୍ଖଳିତ କିମ୍ବା ବେଆଇନ୍ କାର୍ଯ୍ୟକଳାପରେ ଲିପ୍ତ ରହିଲେ, ଏସ୍ପିଓଙ୍କୁ ଚାକିରିରୁ ବହିଷ୍କୃତ କରାଯିବ । ଅବସରପ୍ରାପ୍ତ ସେନା ଯବାନମାନଙ୍କ ପେନସନ ବନ୍ଦ କରାଯିବା ସହ ଆର୍ମି ୱେଲଫେୟାର ବୋର୍ଡକୁ ବିଶୃଙ୍ଖଳ କାର୍ଯ୍ୟକଳାପ ସମ୍ପର୍କୀତ ଚିଠି କରାଯିବ । ଯଦି ଏସ୍‌ପି ଓ ଅବସରପ୍ରାପ୍ତ ସେନା କର୍ମଚାରୀମାନେ କୌଣସି ଫୌଜଦାରୀ ମାମଲାରେ ଲିପ୍ତ ରୁହନ୍ତି, ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇ ଜେଲ ପଠାଯିବ ।

ପିସିଆର ଭ୍ୟାନ୍‌ରେ ଥିବା ହାବିଲଦାର, କନଷ୍ଟେବଳ ଓ ଓଏପିଏଫ୍ ଯବାନ ଦାୟିତ୍ୱରେ ଅବହେଳା କଲେ, ତୁରନ୍ତ ନିଲମ୍ବିତ ହେବେ । ସେମାନଙ୍କୁ ମଧ୍ୟ ଗିରଫ କରାଯାଇ ଜେଲ ପଠାଯିବ । ହୋମଗାର୍ଡମାନେ ଚାକିରିରୁ ବହିଷ୍କୃତ ହେବା ସହ ଜେଲ ଯିବେ । ଇଆର୍ଏସ୍ଏସ୍-୧୧୨ର ସମସ୍ତ ପିସିଆର ଭ୍ୟାନକୁ ଘରୋଇ ସଂସ୍ଥାର ଇଆର୍ଭି ଡ୍ରାଇଭର ଚଳାନ୍ତି । ସେମାନେ ଯଦି କୌଣସି ଅପରାଧରେ ଲିପ୍ତ ରୁହନ୍ତି କିମ୍ବା ଦାୟିତ୍ୱରେ ଅବହେଳା କରନ୍ତି । ତା' ହେଲେ ଚାକିରିରୁ ବହିଷ୍କାର କରାଯାଇ ଜେଲ ହାଜତକୁ ପଠାଯିବ । ସେମାନଙ୍କୁ ମିଳିଥିବା ଦରମାକୁ ରିକଭରି କରିବା ବ୍ୟବସ୍ଥା ମଧ୍ୟ କରାଯିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+