ଆଜି ରୁକୁଣା ରଥ ପ୍ରତିଷ୍ଠା: ନିଲାମ ହେବ ମରଚି କୁଣ୍ଡ ପାଣି
ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ । ମରିଚିକୁଣ୍ଡରୁ ପ୍ରଥମ କଳସ ପାଣି ଆସିବା ପରେ ରଥ ପ୍ରତିଷ୍ଠା ଆରମ୍ଭ ହେବ ।
ସେହିପରି ରଥ ପ୍ରତିଷ୍ଠା ପାଇଁ ପାଣି ଯିବା ପରେ ପରମ୍ପରା ଅନୁଯାୟୀ ମଧ୍ୟରାତ୍ରିରୁ ମରିଚି କୁଣ୍ଡ ପାଣି ନିଲାମ ହେବ। ବଡ଼ୁ ନିଯୋଗ ପକ୍ଷରୁ ଏହି ନିଲାମ କରାଯିବ।
ସନ୍ତାନ ନଥିବା ମହିଳାମାନେ ଏହି ପାଣିରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହେବା ବିଶ୍ବାସ ରହିଛି। ତେଣୁ ସେମାନେ ଏହି ପାଣି ନେବା ପାଇଁ ନିଲାମରେ ସାମିଲ ହେବେ। ଏଥି ପାଇଁ ବିଏମ୍ସି ପକ୍ଷରୁ ସେଠାରେ ଆଲୋକ ବ୍ୟବସ୍ଥା ସହ ଅସ୍ଥାୟୀ ଘର ନିର୍ମାଣ କରାଯାଇଛି।

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ପାଇଁ ରାମେଶ୍ବର ମନ୍ଦିର ଚଳଚଞ୍ଚଳ ହୋଇଉଠିଛି। ଆସନ୍ତା ୫ ତାରିଖ ଅଶୋକାଷ୍ଟମୀ ଠାରୁ ୮ତାରିଖ ପର୍ଯ୍ୟନ୍ତ ଚବିଶ ପ୍ରହର ନାମଯଜ୍ଞ ଆୟୋଜନ କରାଯିବ। ଜଗତସିଂହପୁର, ରଣପୁର ଓ ଟାଙ୍ଗୀରୁ କୀର୍ତ୍ତନମଣ୍ଡଳୀ ଆସି ମହାମନ୍ତ୍ର ନାମ ସଂକୀର୍ତ୍ତନ ପରିବେଷଣ କରିବେ। ସୋରଣ, ସାଲିଆସାହିର ମହିଳା କୀର୍ତ୍ତନମଣ୍ଡଳୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ। ୮ ତାରିଖ ସନ୍ଧ୍ୟାରେ 'ହରିହାଟ' ମହୋତ୍ସବ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନିଯୋଗ ସେବାୟତ, ମନ୍ଦିର ପ୍ରଶାସନ, ବିଏମ୍ସି ତରଫରୁ ସହାୟତା ପ୍ରଦାନ କରାଯିବ। ଏଥି ପାଇଁ ରାମେଶ୍ବର ମନ୍ଦିରକୁ ରଙ୍ଗ କରାଯିବା ସହ ଛମୁଣ୍ଡିଆ କରାଯାଇଛି। ସେହିପରି ରାମେଶ୍ବର ମନ୍ଦିର, ଲକ୍ଷ୍ମଣେଶ୍ବର ମନ୍ଦିର, ଭରତେଶ୍ବର ମନ୍ଦିର ଓ ଶତୃଘ୍ନଶ୍ବର ମନ୍ଦିରକୁ ମଧ୍ୟ ଆଲୋକରେ ସଜ୍ଜା ଯାଇଛି। ରଥ ଦାଣ୍ଡ ସହ ରାମେଶ୍ବର ପାର୍କ ଓ ଏହାର ଆଖପାଖ ଅଞ୍ଚଳକୁ ବିଏମ୍ସି ସଫେଇ କରିବା ସହ ଅଧିକ ଲାଇଟ୍ ବ୍ୟବସ୍ଥା କରାଯାଇଛି।












Click it and Unblock the Notifications