ଆଜି ରୁକ୍ମିଣୀ ହରଣ ଏକାଦଶୀ:୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାୟ ୪ ଘଣ୍ଟା ଶ୍ରୀଜିଓଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ଅପରାହ୍ନ ୧ ଟାରୁ ୫ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଦି ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ।

ଶ୍ରୀମନ୍ଦିରରେ ସକାଳ ଧୂପ ପୂଜା ପରେ ମଦନମୋହନ ବେଶ୍ ହୋଇଥାଏ । ଭୋଗ ମଣ୍ତପ ଶେଷ ହେବା ପରେ ମଦନମୋହନ ମହାପ୍ରଭୁଙ୍କଠୁ ଆଜ୍ଞାମାଳ ପାଇଁ ଜୟବିଜୟ ଦ୍ୱାରକୁ ବିଜେ କରିବାର ପରମ୍ପରା ରହିଛି । ସକାଳ ଧୂପ ପୂଜା ପରେ ପୂଜାପଣ୍ତା ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ରୁକ୍ମିଣୀଙ୍କୁ ଦେବା ପରେ ସମସ୍ତ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି ।

Puri_rukmani bibah

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶିଶୁପାଳକୁ ହରାଇ ରୁକ୍ମିଣୀଙ୍କୁ ହରଣ କରିବେ । ଏହା ପରେ ମହାପ୍ରଭୁଙ୍କର ବିବାହ ଉତ୍ସବ ନୀତି ଅନୁଷ୍ଠିତ ହୋଇଥାଏ । ଅନ୍ୟପଟେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରୁ ଅଳ୍ପ ଦିନ ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+