ଗର୍ଭବତୀଙ୍କୁ ରୁବେଲା ହେଲେ ଜନ୍ମରୁ ସନ୍ତାନ କ୍ଷେତ୍ରରେ ଭାଇରସ୍ ଦେଖାଦିଏ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଗର୍ଭବତୀଙ୍କୁ ରୁବେଲା ହେଲେ ଜନ୍ମରୁ ସନ୍ତାନ କ୍ଷେତ୍ରରେ ଭାଇରସ୍ ଦେଖାଦିଏ ଯେଉଁ ଗର୍ଭବତୀଙ୍କ ଠାରେ ଲକ୍ଷଣ ଥିବ, ଟେଷ୍ଟିଂ କରାଇବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁରର ୨ଟି ବ୍ଲକରେ ୧୮ ଜଣଙ୍କ ଲକ୍ଷଣ ଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି, ଭୟଭୀତ କି ଆତଙ୍କିତ ହୁଅନ୍ତୁ ନାହିଁ ।
ଗତକାଲି ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୨ ଶିଶୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ତି ବ୍ଲକ ପୋଡାଲଗୁଡା ଗାଁର । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଆକ୍ରାନ୍ତ ଶିଶୁଙ୍କ ଶରୀରରେ ଘିମିତି ସଦୃଶ୍ୟ ହେବା ସହ ଥଣ୍ତା, କାଶ ଏବଂ ଜ୍ୱର ହୋଇଥିବା ନେଇ ସୂଚନା । ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୭ ରୁ ୨ ବର୍ଷ । ରୁବେଲା ଚିହ୍ନଟ ହେବା ପରେ ପଡାଲଗୁଡା ଗାଁରେ WHO ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ସୂଚନା ଅନୁସାରେ, ବର୍ତ୍ତମାନ ଘରେ ଘରେ ଏହି ରୋଗ ପାଇଁ ଆଶାକର୍ମୀଙ୍କ ମାଧ୍ୟମରେ ସଚେତନ କରାଯାଉଛି । ଏହା ଏକ ଭୂତାଣୁ ଜନିତ ରୋଗ ଯାହା ବାୟୁରେ ମଣ୍ତଳରେ ବ୍ୟାପିଥାଏ । ଦୁଇ ଆକ୍ରାନ୍ତଙ୍କୁ ସଂଗରୋଦ୍ଧ କରାଯାଇଥିବା ନେଇ ସୂଚନା ରହିଛି ।
ଜର୍ମାନି ମିଳିମିଳା ରୁବେଲା ଭାଇରସରେ ଆକ୍ରାନ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ଗାଁର ଦୁଇ ଜଣ ଶିଶୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ୫ଜଣଙ୍କ ନମୂନା ରିପୋର୍ଟ ଆରସିଏମ୍ଆରରୁ ଆସିଛି ।












Click it and Unblock the Notifications