ଅଗଷ୍ଟ ୧୫ ସୁଦ୍ଧା ସବୁ ଜିଲ୍ଲାରେ ହେବ ଆରଟିପିସିଆର ଟେଷ୍ଟ
ଏଣିକି ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ କରାଯିବ। ଚଳିତ ମାସ ୧୫ ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ RTPCR (ଆରଟିପିସିଆର) ଟେଷ୍ଟ ଲ୍ୟାବ କାର୍ଯ୍ୟକ୍ଷମ ହେବ ।
ଭୁବନେଶ୍ୱର: ଏଣିକି ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ କରାଯିବ। ଚଳିତ ମାସ ୧୫ ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ RTPCR (ଆରଟିପିସିଆର) ଟେଷ୍ଟ ଲ୍ୟାବ କାର୍ଯ୍ୟକ୍ଷମ ହେବ । ମୋଟ ପଜିଟିଭ ମାମଲାରୁ ପାଖାପାଖି ୧୦% ନମୁନା ଆଇଏଲଏସକୁ ପଠାଇବା ଲାଗି ସବୁ ସେଣ୍ଟିନେଲ ସାଇଟ ଓ ଲାବୋରେଟୋରିକୁ କୁହାଯାଇଛି ।

ଏବେ ସୁଦ୍ଧା ୧୪ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଲ୍ୟାବ ରହିଛି । ଆଉ ୧୬ ଜିଲ୍ଲାରେ ଲ୍ୟାବ ସ୍ଥାପନ ଲାଗି ଟେଣ୍ଡର ଦିଆସରିଛି । ସେହିପରି ଆସନ୍ତା ଅଗଷ୍ଟ ୧୫ରୁ ରାଜ୍ୟରେ ଏକମୋ ଚିକିତ୍ସା ଉପଲବ୍ଧ ହେବ।
ଏଣିକି କଟକରେ ମାଗଣାରେ ରୋଗୀ ପାଇବେ ଏକମୋ ଟ୍ରିଟମେଣ୍ଟ । ଏଥିପାଇଁ ଏସସିବିରେ ୯ଟି ଏକମୋ ମେସିନ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହୋଇଛି । ଆବଶ୍ୟକ ମାନସମ୍ବଳ ଅଛନ୍ତି । ଆଗକୁ ଆଉ ଏକ ବ୍ୟାଚ୍ ମାନବସମ୍ବଳ ଟ୍ରେନିଂ ପାଇଁ କଲିକତା ଯିବେ । କରୋନାରେ ଗୁରୁତର ହେଉଥିବା ରୋଗୀ ଆଗକୁ ଚିକିତ୍ସା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନି । ୬ଟି ମେସିନ୍ ପୋଷ୍ଟ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର ହେବ । ଅନ୍ୟ ୩ଟି ମେସିନ୍ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହାର ହେବ ।












Click it and Unblock the Notifications