ବିଧାନସଭାରେ ମୌସୁମୀ ଅଧିବେଶନ ପୂର୍ବରୁ RT-PCR ଟେଷ୍ଟ ବାଧ୍ୟତାମୂଳକ
ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ହେବ କୋଭିଡ଼ ଟେଷ୍ଟ । ସମସ୍ତ ବିଧାୟକ, ସେମାନଙ୍କ ଡ୍ରାଇଭର, କର୍ମଚାରୀଙ୍କର ହେବ RT-PCR ଟେଷ୍ଟ । ବିଧାନସଭାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ମଧ୍ୟ ହେବ RT-PCR ଟେଷ୍ଟ ।
ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ହେବ କୋଭିଡ଼ ଟେଷ୍ଟ । ସମସ୍ତ ବିଧାୟକ, ସେମାନଙ୍କ ଡ୍ରାଇଭର, କର୍ମଚାରୀଙ୍କର ହେବ RT-PCR ଟେଷ୍ଟ । ବିଧାନସଭାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ମଧ୍ୟ ହେବ RT-PCR ଟେଷ୍ଟ । ଆସନ୍ତା ୨୯, ୩୦ ଓ ୩୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ପରିସରରେ ଆରଟିପିସିଆର ଚେଷ୍ଟ କରାଯିବ ।

ଯେଉଁ ମାନଙ୍କର ରିପୋର୍ଟ ନେଗେଟିଭ ଆସିବ, ସେମାନଙ୍କୁ ଗୃହକୁ ପ୍ରବେଶ ଅନୁମତି ମିଳିବ । ସେହିପରି ଏଯାଏଁ ୮ଜଣ ବିଧାୟକ, କରୋନା ଟିକା ନେଇନାହାନ୍ତି । ତୁରନ୍ତ ଏହି ବିଧାୟକ ମାନେ ଟିକା ନେବାପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଯଦି ବିଧାୟକ ମାନେ ମୌସୁମୀ ଅଧିବେଶନ ପୂର୍ବରୁ ଟିକା ନନେବେ, ତେବେ ପ୍ରବେଶ ଅନୁମତି ମିଳିବନି ବୋଲି ବାଚସ୍ପତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉ କି, ସେପ୍ଟେମ୍ବର ୧ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଚଳିତ ଥର ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ଷୋଡ଼ଶ ବିଧାନସଭାର ସପ୍ତଦଶ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୩ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ପାଇଁ ରଖାଯାଇଥିବାବେଳେ ଅନ୍ୟ ସମସ୍ତ ଦିନଗୁଡ଼ିକ ଅଫିସିଆଲ କାର୍ଯ୍ୟଦିବସ ରହିଛି। ୫ତାରିଖ ରବିବାର ଛୁଟି ରହିବ।












Click it and Unblock the Notifications