For Quick Alerts
Turn On Notification  
For Daily Alerts
Oneindia App Download

କୁମ୍ଭମେଳାରୁ ଫେରୁଥିବା ବ୍ୟକ୍ତିଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ: ସ୍ବାସ୍ଥ୍ୟମନ୍ତ୍ରୀ

କୁମ୍ଭମେଳାରେ ଯୋଗ ଦେଇଥିବା ପ୍ରତ୍ୟେକ ଓଡିଆ ବ୍ୟକ୍ତିଙ୍କୁ ରାଜ୍ୟକୁ ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ କରାଇ ନେବା ପାଇଁ ଅପିଲ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

|

ଭୁବନେଶ୍ୱର: କୁମ୍ଭମେଳାରେ ଯୋଗ ଦେଇଥିବା ପ୍ରତ୍ୟେକ ଓଡିଆ ବ୍ୟକ୍ତିଙ୍କୁ ରାଜ୍ୟକୁ ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ କରାଇ ନେବା ପାଇଁ ଅପିଲ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଏନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଲକ୍ଷଣ ଥିଲେ ଅଙ୍ଗନବାଡି କର୍ମୀ କିମ୍ବା ଆଶା ଦିଦିଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ରହିଛି ।

Health Minister

ସେପଟେ କୁମ୍ଭମେଳାରେ ଭାଗ ନେବାକୁ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜିକୃତ ବ୍ୟକ୍ତିଙ୍କ ନାମ ଆଜି ସେୟାର କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ ଏହି ପଞ୍ଜିକୃତ ବ୍ୟକ୍ତିମାନଙ୍କ ତାଲିକା ପ୍ରଦାନ କରିଛନ୍ତି । ଏବଂ ତାଲିକାରେ ନାମ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ଓଡ଼ିଶା ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେବାକୁ ଏସ୍‌ଆରସି ଚିଠିରେ ଉଲ୍ଲେଖ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
RT PCR test mandatory for returnees from Kumbh Mela: Health Minister
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X