Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସର ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସର ମୁଖ୍ୟ ମୋହନ ଭାଗବତ । ୧ ଜାନୁଆରୀ ୨୦୨୪ରୁ ୫ ତାରିଖ ପର୍ଯ୍ୟନ୍ତ ରାଉରକେଲା ଅଗ୍ରେସନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ଚିନ୍ତନ ବୈଠକ ଅନୁଷ୍ଠିତ ହେବ ଯେଉଁଥିରେ ଯୋଗ ଦେବେ ଡା.ମୋହନରାଓ ଭାଗବତ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱାରା ଅନୁଷ୍ଠିତ ବୈଠକରେ ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତଙ୍କ ସହ ଅନ୍ୟ ଅଖିଳ ଭାରତୀୟ ଅଧିକାରୀ ମାନେ ମଧ୍ୟ ଯୋଗ ଦେବାର ସୂଚନା ରହିଛି । ସେହିପରି ଏହି ବୈଠକରେ ବିବିଧ କ୍ଷେତ୍ରର ଅଖିଳ ଭାରତୀୟ ପ୍ରମୁଖ ମାନେ ମଧ୍ୟ ଉପସ୍ଥିତ ରହିବେ । ଏହି ବୈଠକରେ ସଂଘର ପୂର୍ବ କାର୍ଯ୍ୟର ସମୀକ୍ଷା ସହିତ ଆଗାମୀ କାର୍ଯ୍ୟ ସମ୍ୱନ୍ଧରେ ଯୋଜନା କରାଯିବ ।

Mohan Bhagwat

ସୂଚନା ଅନୁସାରେ, ଏହା ସଂଘର ଏକ ସାଙ୍ଗଠନିକ ବୈଠକ, ପୂଜନୀୟ ସରସଂଘଚାଳକଙ୍କ ପ୍ରବାସ ସମୟରେ ଅନ୍ୟ କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମ କିମ୍ବା କୌଣସି ପ୍ରେସମିଟର ମଧ୍ୟ ଆୟୋଜନ କରାଯିବ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+