Mohan Bhagwat: ଓଡ଼ିଶାରେ ପହଞ୍ଚିଲେ RSS ସରସଂଘ ଚାଳକ ମୋହନ ଭାଗବତ
ଓଡ଼ିଶାରେ ପହଞ୍ଚିଲେ RSS ସରସଂଘ ଚାଳକ ମୋହନ ଭାଗବତ। ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି, ୧୨ ତାରିଖରେ ଫେରିଯିବେ । ଆଜି ଭୁବନେଶ୍ବରରେ ରହି କାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ପୁରୀରେ ୧୦ ଓ ୧୧ରେ ପ୍ରାନ୍ତ ସେବାପ୍ରମୁଖ ବୈଠକରେ ସାମିଲ ହେବେ ।

ସେ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୨ ତାରିଖ ମଧ୍ୟାହ୍ନ ସମୟରେ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ, ଡ. ଭାଗବତ ତାଙ୍କ ପ୍ରବାସ ସମୟରେ ଅଗଷ୍ଟ ୮ ତାରିଖ ଦିନ ଭୁବନେଶ୍ୱରରେ ଅବସ୍ଥାନ କରିବେ, ୯ ତାରିଖ ଦିନ ପୁରୀ ଯାଇ ମହାପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ ।












Click it and Unblock the Notifications