Mohan Bhagwat: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ
ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଗୁରୁବାର ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଭାଗବତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସଂଘର ବରିଷ୍ଠ ପଦାଧିକାରୀମାନେ ସ୍ବାଗତ ଜଣାଇଥିଲେ। ଶୁକ୍ରବାରଠାରୁ ୩ ଦିନ ପର୍ଯ୍ୟନ୍ତ ସେ ରାଜ୍ୟରେ ଆରଏସଏସର ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିବେ। ଏହା ସହିତ ସଂଘର ଯୋଜନା ବୈଠକରେ ଯୋଗଦେବେ।

୩୦ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକ ଶିବରାମ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ। ଜାନୁଆରୀ ୩୧ରୁ ଫେବୃଆରୀ ୩ ପର୍ଯ୍ୟନ୍ତ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନର ସାଂଗଠନିକ କାର୍ଯ୍ୟର ସମୀକ୍ଷା ଓ ସଂଘର ଶତାବ୍ଦୀବାର୍ଷିକୀ ବୈଠକରେ ଯୋଗଦେବେ ।












Click it and Unblock the Notifications