ପିଇଓଙ୍କୁ ମାରଣାସ୍ତ୍ର ଦେଖାଇ ୮ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଲୁଟେରା
କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଞ୍ଚଳରେ ଶନିବାର ଦିନ ଦ୍ବିପହରରେ ଲୁଟ୍ ହୋଇଛି। ବୋରିଗୁମ୍ମା ବ୍ଲକର ବୋଡ଼ିଗାଁ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅର୍ଜୁନ ପାତ୍ର ଏହି ଲୁଟର ଶିକାର ହୋଇଛନ୍ତି। ବୋଡ଼ିଗାଁ-ରତାଲି ରାସ୍ତାରେ ନିଛାଟିଆ ସ୍ଥାନରେ ତିନୋଟି ବାଇକରେ ୬ଜଣ ଦୁର୍ବୁତ୍ତ ଆସି ତାଙ୍କୁ ଅଟକାଇଥିଲେ। ତାଙ୍କୁ ମାରଣାସ୍ତ୍ର ଦେଖାଇଥିଲେ।

ସେ ଧରିଥିବା ବ୍ୟାଗକୁ ଲୁଟେରାମାନେ ଛଡ଼ାଇ ନେଇଥିଲେ। ଏଥିରେ ବୋଡ଼ିଗାଁ ପଂଚାୟତର ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ବିତରଣ କରିବା ଭତ୍ତା ଟଙ୍କା ୮ଲକ୍ଷ ୫୯ ହଜାର ୩୦୦ ଟଙ୍କା ରହିଥିଲା। ଏ ନେଇ ବିସିଂହପୁର ଥାନାକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛନ୍ତି।












Click it and Unblock the Notifications