ଓଡିଶା ବଜେଟ 2022-23: E & IT ସେକ୍ଟରକୁ 302 କୋଟି

ଶନିବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା 2022-23 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି (ଇ ଆଣ୍ଡ ଆଇଟି) କ୍ଷେତ୍ର ପାଇଁ 302 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିବର୍ତ୍ତନଶୀଳ ପଦକ୍ଷେପ ପଛରେ ପ୍ରଯୁକ୍ତିବିଦ୍ୟା ଏକ ପ୍ରମୁଖ ମାଧ୍ୟମ ହୋଇଥିବାରୁ ଚଳିତ ବଜେଟରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି (ଇ ଆଣ୍ଡ ଆଇଟି) କ୍ଷେତ୍ରର ଅଭିବୃଦ୍ଧି ପାଇଁ ଓଡିଶା ସରକାର ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ।

E&IT Sector in Odisha

ଗତକାଲି (ଶନିବାର) ବିଧାନସଭାରେ ଉପସ୍ଥାପିତ ହୋଇଥିବା 2022-23 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି (ଇ ଆଣ୍ଡ ଆଇଟି) କ୍ଷେତ୍ର ପାଇଁ 302 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯେଉଁଠି ଆଇଟି ଇନଫ୍ରା ଏବଂ କନେକ୍ଟିଭିଟି ପାଇଁ 132 କୋଟି ଟଙ୍କା, ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଆଣ୍ଡ ପ୍ରଡକ୍ସନର ପ୍ରୋତ୍ସାହନ ତଥା ସୁବିଧା ପାଇଁ 44 କୋଟି ଟଙ୍କା ରହିଛି । ଏହି ବଜେଟରେ ସାମାଜିକ ସୁରକ୍ଷା ବିତରଣ ପାଇଁ 24 କୋଟି ଟଙ୍କା ଆବଣ୍ଟନ ମଧ୍ୟ ରହିଛି।

E&IT Sector in Odisha

ଓଡିଶାରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବୈଦ୍ୟୁତିକ ଯାନ ନୀତି କାର୍ଯ୍ୟକାରୀ ପାଇଁ 50 କୋଟି ଟଙ୍କା ମୂଲ୍ୟର ପାଣ୍ଠି ଆବଣ୍ଟନ କରାଯାଇଛି । ଏହା ବ୍ୟତୀତ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଟେକ୍ନୋଲୋଜି ପାଇଁ ବିଭିନ୍ନ ବିଭାଗକୁ 1000 କୋଟିରୁ ଅଧିକ ମୂଲ୍ୟର ପାଣ୍ଠି ମଧ୍ୟ ଆବଣ୍ଟନ କରିଛନ୍ତି। ଯେହେତୁ ଏହି ବଜେଟରେ ମୁଖ୍ୟମନ୍ତ୍ରୀଙ୍କ 5T ମନ୍ତ୍ର ଓ ମୋ ସରକାରର ସଫଳ ରୂପାୟନ ସହିତ ମେଳ ଖାଉଛି । ତେଣୁ ରାଜ୍ୟ ସରକାର ଟେକ୍ନୋଲୋଜି ଉପରେ ଏହାର ଆଭିମୁଖ୍ୟକୁ ପୁନଃ ପ୍ରମାଣିତ କରିଛନ୍ତି, ଯାହା ରାଜ୍ୟର ବିକାଶରେ ଏକ ପ୍ରମୁଖ ମାଧ୍ୟମ ସାଜିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+