୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ ହେବ- ମୁଖ୍ୟମନ୍ତ୍ରୀ

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଉପରେ ଫେରସ୍ତ ହେବ ସୁଧ। ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ଫେରସ୍ତ ହେବ ସୁଧ। ୨୦୨୪-୨୫ ଆର୍ଥିକ ବର୍ଷରେ ୩ଶହ କୋଟିର ସୁଧ ଫେରସ୍ତ କରାଯିବ। ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକଙ୍କ ୩୦୦କୋଟିର ସୁଧ ଫେରସ୍ତ କରାଯିବ। ସୁଧ ଫେରସ୍ତ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଜନତା ମଇଦାନରେ ସୁଭଦ୍ରା ମା'ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ଉଦ୍ଦିଷ୍ଟ 'ସୁଭଦ୍ରା ଶକ୍ତି ମେଳା'କୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଲକ୍ଷପତି ଦିଦି' ସୃଷ୍ଟି ଅଭିଯାନ ଦ୍ୱାରା ଅନୁପ୍ରାଣିତ ହୋଇ ରାଜ୍ୟ ସରକାର ଏହି ସୁଧ ଫେରସ୍ତ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ୩ ବର୍ଷରେ 'ଲକ୍ଷପତି ଦିଦି ସହାୟିକା ଯୋଜନା'ରେ ୨.୫ ଲକ୍ଷ 'ଲକ୍ଷପତି ଦିଦି' ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଏସ୍‌ଏଚ୍‌ଜି ମା'ମାନେ ବାର୍ଷିକ ଅନୂ୍ୟନ ୧ ଲକ୍ଷ ଟଙ୍କା ରୋଜଗାର କରିପାରିବେ।

Chief Minister

ଜନତା ମଇଦାନରେ ପ୍ରଥମ ସୁଭଦ୍ରା ଶକ୍ତିମେଳାକୁ ଶନିବାର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷରେ ୩ଲକ୍ଷରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀକୁ ୩୦୦କୋଟି ଟଙ୍କାର ସୁଧ ଫେରସ୍ତ କରାଯିବ। ଏଥିସହ ଚଳିତବର୍ଷ ସରକାର ରାଜ୍ୟର ପ୍ରାୟ ୫. ୮୦ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ରିଭଲ୍‌ଭିଂ ଫଣ୍ଡ୍‌ ପରିମାଣକୁ ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଗ୍ରାମ ପଞ୍ଚାୟତସ୍ତରୀୟ ଫେଡେରେଶନ ବା ଜିପିଏଲ୍‌ଏଫ୍‌ମାନଙ୍କୁ ପ୍ରଦାନ କରାଯାଉଥିବା କମ୍ୟୁନିଟି ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌କୁ ୩୫ ଲକ୍ଷରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଆନ୍ଦୋଳନ। ବ୍ୟକ୍ତିଗତସ୍ତରରେ ହେଉ ବା ଗ୍ରୁପ୍‌ସ୍ତରରେ, ପ୍ରତ୍ୟେକ ମହିଳା ଯେପରି ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ବତନ୍ତ୍ରତା ହାସଲ କରିବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+