ସ୍କୁଲ ବସ ଉପରେ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍

ଫିଟନେସ୍‌ ଯାଞ୍ଚ ବେଳେ ଏକ ସ୍କୁଲ ବସ୍‌ ଉପରେ ପଡ଼ିଛି ୨ ଲକ୍ଷ ୩୩ ହଜାର ଫାଇନ୍ । ଭୁବନେଶ୍ୱର ଡମଣା ଛକରେ ଆଜି ପରିବହନ ବିଭାଗ ଏକ ବସ୍‌ ଉପରେ ଏହି ଫାଇନ୍‌ ଲାଗୁ କରିବା ସହ ବସ୍‌ଟିକୁ ଜବତ କରାଯାଇଛି।

ଭୁବନେଶ୍ୱର: ଫିଟନେସ୍‌ ଯାଞ୍ଚ ବେଳେ ଏକ ସ୍କୁଲ ବସ୍‌ ଉପରେ ପଡ଼ିଛି ୨ ଲକ୍ଷ ୩୩ ହଜାର ଫାଇନ୍ । ଭୁବନେଶ୍ୱର ଡମଣା ଛକରେ ଆଜି ପରିବହନ ବିଭାଗ ଏକ ବସ୍‌ ଉପରେ ଏହି ଫାଇନ୍‌ ଲାଗୁ କରିବା ସହ ବସ୍‌ଟିକୁ ଜବତ କରାଯାଇଛି।

School Bus

ଏହି ବସ ଉପରେ ଫାଇନ୍‌ ଲାଗୁ ହେବା ସହ ବସ୍‌ଟିକୁ ଜବତ କରାଯାଇଛି। ବସ ପରମିଟ୍, ବୀମା, ପଲ୍ୟୁସନ୍ ବାବଦରେ ଏହି ଫାଇନ୍ କଟାଯାଇଛି । ଟିକସ ବକେୟା ଅଭିଯୋଗରେ ୨ ଲକ୍ଷ ୫ ହଜାର, ପଲ୍ୟୁସନ୍ ପାଇଁ ୧୦ ହଜାର ଓ ପରମିଟ୍ ପାଇଁ ୧୦ ହଜାର ଟଙ୍କା ଫାଇନ୍ କଟା ହୋଇଛି ।

ଗତ ୨୦ ତାରିଖରୁ ସ୍କୁଲ ଗାଡ଼ିର ଫିଟନେସ୍‌ ଯାଞ୍ଚ ଆରମ୍ଭ କରାଯାଇଛି। ପ୍ରଥମ ଦିନ ଚଢ଼ାଉ ସମୟରେ ହିଁ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍‌ ଉପରେ ୪ ଲକ୍ଷ ଟଙ୍କା ଫାଇନ୍‌ ପକାଇଥିଲା ପରିବହନ ବିଭାଗ। ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍‌ ପାଇଁ ୨୧ ହଜାର ୫୦୦ ଜରିମାନା କରିଥିଲା ପରିବହନ ବିଭାଗ।

ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନକୁ କଡ଼ାକଡ଼ି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+