ଦୁଇ ମାସ ଭିତରେ ଆଦାୟ ହେଲାଣି ସାଢେ ୧୪ କୋଟି ଫାଇନ: ଏଡିଜି
ସେ କହିଛନ୍ତି, ଗତ ଦୁଇ ମାସରେ ମଧ୍ୟରେ ଏହି ଅମାନିଆଙ୍କଠୁ ଆଦାୟ ହେଲାଣି ପ୍ରାୟା ୧୪ କୋଟି ଫାଇନ । ତେଣୁ ସଚେତନ ହେବା ପାଇଁ ଅପିଲ୍ କରିଛନ୍ତି ଆଇନ୍ ଶୃଙ୍ଖଳା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶବନ୍ତ ଜେଠଓ୍ବା ।
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଟ୍ୱିନ ସିଟି ପୋଲିସର ବରିଷ୍ଠ ଅଧିକାରୀ । ପ୍ରେସମିଟ ମାଧ୍ୟମରେ ଏଡିଜି କହିଛନ୍ତି ରାଜ୍ୟରେ କୋଭିଡ ସ୍ଥିତ କମିବାରେ ଲାଗିଛି କିନ୍ତୁ ଚିନ୍ତା ବଢାଉଛନ୍ତି କିଛି ଅମାନିଆ । ସେ କହିଛନ୍ତି, ଗତ ଦୁଇ ମାସରେ ମଧ୍ୟରେ ଏହି ଅମାନିଆଙ୍କଠୁ ଆଦାୟ ହେଲାଣି ପ୍ରାୟା ୧୪ କୋଟି ଫାଇନ । ତେଣୁ ସଚେତନ ହେବା ପାଇଁ ଅପିଲ୍ କରିଛନ୍ତି ଆଇନ୍ ଶୃଙ୍ଖଳା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶବନ୍ତ ଜେଠଓ୍ବା ।

ଦୁଇ ମାସ ମଧ୍ୟରେ ୪ ଲକ୍ଷ ୭୬ ହଜାର ଆଇନ୍ ଭାଙ୍ଗିଛନ୍ତି । ୧୪ କୋଟି ୫୮ ଲକ୍ଷ ଟଙ୍କାର ଫାଇନ୍ ଆଦାୟ ହୋଇଛି । ୩ ହଜାର ୫୦୦ ଦୋକାନ ଓ ଶିକ୍ଷାନୁଷ୍ଠାନ ସିଲ୍ କରାଯାଇଛି । ୨୭୮ଟି କେସ୍ ଦାୟର ହୋଇଥିବାବେଳେ୧୩ ହଜାର ୩୨ ଜଣକୁ ଗିରଫ କରାଯାଇଛି । ସେହିଭଳି ୨୯ ହଜାର ଗାଡି ସିଜ୍ କରାଯାଇଥିବା ସୂଚନା ଦେଇଛନ୍ତି ଜେଠଓ୍ବା ।
ସେପଟେ ରଜ ପାଇଁ ବଢ଼ିଛି କଟକଣା । ନିୟମ ନମାନିଲେ ହେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି ।












Click it and Unblock the Notifications