ମୃତ୍ୟୁମୁଖରୁ ମହିଳାଙ୍କୁ ବଞ୍ଚେଇ ଦେଲେ; ଟ୍ରାକ ତଳକୁ ପଶିଯାଉଥିବା ବେଳେ ଭିଡି ଆଣିଲେ ଦୁଇ RPF କର୍ମଚାରୀ

ଖୋର୍ଦ୍ଧା : ଆଉ ଟିକେ ହେଇଥିଲେ ଯାଇଥାନ୍ତା ଜୀବନ। ହେଲେ ମୃତ୍ୟୁ ଆଗରୁ ଯେମିତି ବଞ୍ଚିଗଲା ଜୀବନ। ଆଉ ସମସ୍ତେ ବି ଦେଲେ ସାବସି। ଦୁଇ ଜଣ ଆରପିଏଫ୍ କର୍ମଚାରୀ ବଞ୍ଚାଇଲେ ମହିଳାଙ୍କ ଜୀବନ । ଏପରି ଘଟଣା ଘଟିଛି ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ।

ଘଟଣାଟି ହେଲା, ଖୋର୍ଦ୍ଧା ରୋଡ ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଦୁର୍ଗ-ପୁରୀ ଏକ୍ସପ୍ରେସ୍ ଅଟକି ରହିଥିଲା । ଟ୍ରେନ୍ ଛାଡିବା ପୂର୍ବରୁ ମହିଳା ଯାତ୍ରୀଙ୍କ ପରିବାରର ସଦସ୍ୟମାନେ ଟ୍ରେନରେ ଚଢିଥିଲେ। କିନ୍ତୁ ମହିଳା ଜଣଙ୍କ ଚଢିବା ପୂର୍ବରୁ ଟ୍ରେନ୍ ଛାଡି ଦେଇଥିଲା। ଏହି ସମୟରେ ଚଳନ୍ତା ଗାଡିରେ ଜଣେ ୬୫ ବର୍ଷୀୟ ବୃଦ୍ଧ ମହିଳା ଚଢିବାକୁ ଉଦ୍ୟମ କରୁଥିଲେ । ଏତିକି ବେଳେ ତାଙ୍କ ଗୋଡ ଖସିଯାଇଥିଲା।

RPF

ଆଉ ଠିକ୍ ସେତିକିବେଳେ ପ୍ଲାଟଫର୍ମରେ ଡ୍ୟୁଟି କରୁଥିବା RPF ASI ଜେ.କେ. ଆଚାର୍ଯ୍ୟ ଏବଂ ହେଡ୍ କନଷ୍ଟେବଲ ଏମ୍. ୱାଇ.ରାଓ ବୃଦ୍ଧ ମହିଳାଙ୍କୁ ଟାଣି ଉଦ୍ଧାର କରିଥିଲେ। ଯାହା ଫଳରେ ମହିଳା ଜଣଙ୍କ ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଥିଲେ। ଦୁଇ ପୋଲିସ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମହିଳାଙ୍କ ଜୀବନ ବଞ୍ଚି ଯାଇଛି ।

କର୍ତ୍ତବ୍ୟରତ ଦୁଇ RPF କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଫଳରେ ମହିଳାଙ୍କ ଜୀବନ ରକ୍ଷା ପାଇ ଯାଇଥିଲା। CCTV ଫୁଟେଜରେ ଏହା କଏଦ ହୋଇଛି। ଶନିବାର ସକାଳ ୯ଟା ସମୟର ଏହି ଘଟଣା ଘଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+