ରୋଜଗାର ମେଳା: ଓଡିଶାର ୪୭୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ରାଷ୍ଟ୍ରୀୟ ରୋଜଗାର ମେଳାର ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶାର ୪୭୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିରତଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ରେଳ ଅଡିଟୋରିୟମ୍ରେ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡଙ୍ଗୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଗ୍ରାମୀଣ ଡାକ ସେବକ, ଡାକ ଇନ୍ସପେକ୍ଟର, କମର୍ସିଆଲ କମ୍ ଟିକଟ କ୍ଲର୍କ, ଟ୍ରାକ ମେଣ୍ଟେନାନ୍ସ ଆଦି ପଦବୀ ଗୁଡିକ ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନିଯୁକ୍ତି ସୃଷ୍ଟି ଅଭିଯାନ ଅନ୍ତର୍ଗତ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ନବନିଯୁକ୍ତ କର୍ମଚାରୀମାନେ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଜକୁ ତାଲିମ କରିବାର ସୁଯୋଗ ପାଇବେ ।

ଉଲ୍ଲେଖଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭୧ ହଜାର ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ପଦବୀରେ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ନିଯୁକ୍ତି ମେଳାର ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା । ଏମ୍ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର, ଭାରତୀୟ ରେଳ, ଡ଼ାକ ବିଭାଗ, ଇଏସଆଇସି, ଇସ୍ପାତ୍ ବିଭାଗ, ଜିଏସଆଇ ସମେତ ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନେ ଆଜି ଦାୟିତ୍ୱବୋଧର ନୂଆ ଅଧ୍ୟାୟକୁ ଯାଉଛନ୍ତି । ତେବେ ଦାୟିତ୍ୱ ଏତିକିରେ ସୀମିତ ନୁହେଁ ।
ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ପଞ୍ଚମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ ଓଡ଼ିଶାର ୪୭୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିରତଣ କଲି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । pic.twitter.com/Q8DCK2kQzd
— Dharmendra Pradhan (@dpradhanbjp) May 16, 2023
ଆମ ଦେଶ ଆଉ ପ୍ରାୟ ୨୫ ବର୍ଷ ପରେ ୨୦୪୭ରେ ସ୍ୱତନ୍ତ୍ରତାର ୧୦୦ ବର୍ଷ ପୂରଣ ହେବ ଏବଂ ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଏହି କାଳଖଣ୍ଡରେ ଆମେ ବଡ ଦାୟିତ୍ୱରେ ଥିବା ସମୟରେ କେବଳ ନିଜ କଥା ଭାବିବା ନାହିଁ ବରଂ ସମସ୍ତଙ୍କ କଥା ଚିନ୍ତା କରିବା । ସ୍ୱୟଂ ପାଇଁ ନୁହେଁ ସମୂହଙ୍କ ପାଇଁ ଚିନ୍ତା କରିବା ଦରକାର । ଅମୃତ କାଳରେ ଏହି ଯୁବବର୍ଗଙ୍କ ନେତୃତ୍ୱରେ ଦେଶ ଓ ରାଜ୍ୟ ଆଗକୁ ଯିବ । ନିରନ୍ତର ଭାବରେ ଭାରତ ସରକାରଙ୍କ ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ରି ସ୍କିଲିଂ- ଅପ ସ୍କିଲିଂ ବ୍ୟବସ୍ଥାରେ ଯୋଡି ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନବନିଯୁକ୍ତ ଯୁବବର୍ଗମାନେ ନିଜର ସ୍ୱପ୍ନ ସହ ସମାଜ ଓ ଜାତିର ଆକାଂକ୍ଷାକୁ ପୂରଣ କରନ୍ତୁ ।












Click it and Unblock the Notifications