ରାଉରକେଲାରୁ କୋଲକାତାକୁ ଆରମ୍ଭ ହେବ ବିମାନ ସେବା
ରାଉରକେଲାରୁ କୋଲକାତାକୁ ଆରମ୍ଭ ହେବ ବିମାନ ସେବା । ରାଜ୍ୟ ସରକାରଙ୍କ ସହଯୋଗରେ ଆରମ୍ଭ ହେବ ଏହି ବିମାନ ସେବା। ପ୍ରତି ମଙ୍ଗଳବାର, ଗୁରୁବାର ଓ ଶନିବାର ଚଳାଚଳ କରିବ ଏହି ବିମାନ ।
ମାତ୍ର ଦେଢ଼ ଘଣ୍ଟାରେ ରାଉରକେଲାରୁ କୋଲକାତା ପହଞ୍ଚି ହେବ । ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହକୁ ୩ ଦିନ ବିମାନ ଚଳାଚଳ ହେବ । ପ୍ରାରମ୍ଭିକ ବିମାନ ଦେୟ ୧୯୯୯ ଟଙ୍କା ରହିଛି। ଏହି ବିମାନ ସେବା ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ସୃଷ୍ଟି ହୋଇପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି ।

ରାଜ୍ୟ ସରକାର ୩୫ଟି ଆସନ ପାଇଁ ଏହି ଫଣ୍ଡିଂ ବ୍ୟବସ୍ଥା କରିଛନ୍ତି । ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନ ଚଳାଚଳ କରିବ ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ସହଯୋଗରେ ରାଉରକେଲାରୁ କୋଲକାତାକୁ ବିମାନ ସେବା ଆରମ୍ଭ ହେବ । ଆଉ ମାତ୍ର ଦେଢ଼ଘଣ୍ଟା ମଧ୍ୟରେ କୋଲକାତା ଯାଇ ହେବ । ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହକୁ ୩ଦିନ ଏହି ଯାତ୍ରୀବାହୀ ବିମାନ ଉଡ଼ାଣ କରିବ ।












Click it and Unblock the Notifications