ରାଉରକେଲା ବିମାନ ଦୁର୍ଘଟଣା; ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ ହେବେ ଦୁଇ ଆହତ
ରାଉରକେଲା ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ସୁନୀଲ ଅଗ୍ରୱାଲ ଓ ସୁନୀତା ଅଗ୍ରୱାଲ ଏୟାରଲିଫ୍ଟ ହେବେ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ଦୁହେଁ ଏୟାରଲିଫ୍ଟ ହେବା ନେଇ ସୂଚନା ରହିଛି। ତେବେ ରାଉଲକେଲାର ଘରୋଇ ହସ୍ପିଟାଲରୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବିମାନ ବନ୍ଦରକୁ ଆହତଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି । ସେପଟେ ରାଉରକେଲାରେ ବିମାନ ଦୁର୍ଘଟଣା ମାମଲାରେ, ଆଜି ପହଞ୍ଚିବେ ତଦନ୍ତକାରୀ ଟିମ୍ । ଯେଉଁମାନେ କି ଏହି ଦୁର୍ଘଟଣାର କାରଣ ଖୋଜିବେ । ରାଉରକେଲାରେ ବିମାନ ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ବିମାନ ଦୁର୍ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ବୋଲି କୁହାଯାଉଛି। କେମିତି ଦୁର୍ଘଟଣାଗସ୍ତ ହେଲା ବିମାନ ତା'ର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ(ଡିଜିସିଏ)।

ଗତକାଲି ଭୁବନେଶ୍ବରରରୁ ରାଉରକେଲାକୁ ଅଭିମୁଖେ ଉଡାଣ ଭରିଥିଲା ଘରୋଇ ବିମାନ । ଅଚାନକ ମଝି ଆକାଶରୁ ଖସି ପଡିଥିଲା ଭିଟି କେଏସଏସ୍ ୧୭-୧୦୨ ବିମାନ। ପ୍ରଚଣ୍ଡ ଶବ୍ଦରେ କମ୍ପିଥିଲା ପୂରା ଅଞ୍ଚଳ। ଶବ୍ଦ ଶୁଣି ଦଉଡି ଆସିଥିଲେ ଆଖପାଖରେ ଥିବା ଲୋକ। ସେତେବେଳକୁ ଖଣ୍ଡଖଣ୍ଡ ହୋଇଯାଇଥିଲା ୯ ସିଟ୍ ବିଶିଷ୍ଟ ବିମାନ। ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ରଘୁନାଥ ପାଲି ପୁଲିସ ଓ ଲାଠିକଟା ପୁଲିସ୍। ଅଗ୍ନିଶମ ବାହିନୀ ଫୋମ୍ ସ୍ପ୍ରେ କରିବା ସହ ଆହତ ପାଇଲଟ୍ ଓ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ଆହତଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଇଯାଇଥିଲା। ସୌଭାଗ୍ୟବଶତଃ ସମସ୍ତେ ଜୀବିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ପୂର୍ଣ୍ଣ ଘଟଣାର ସମୀକ୍ଷା କରିଛନ୍ତି। ଆହତଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
-
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications