ରାଉରକେଲା ବିମାନ ଦୁର୍ଘଟଣା ; ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଜଣେ ମୃତ
ରାଉରକେଲା ଚାର୍ଟର ବିମାନ ଦୁର୍ଘଟଣାରେ ଗୁରୁତର ଥିବା ସୁଶାନ୍ତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି। ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଗତ ଶନିବାର ୧୦ ତାରିଖ ରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ୯ ଆସନ ବିଶିଷ୍ଟ ଇଣ୍ଡିଆ ଓ୍ବାନ୍ ଏୟାର ବିମାନ ଅବତରଣ ସମୟରେ ରଘୁନାଥପାଲି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୬ଜଣ ଆହତ ହୋଥିଲେ। ସେମାନଙ୍କ ମଧ୍ୟରୁ ସୁଶାନ୍ତଙ୍କ ଅବସ୍ଥା ଗୁରୁତର ରହିଥିଲା।












Click it and Unblock the Notifications