Get Updates
Get notified of breaking news, exclusive insights, and must-see stories!

ରାଉରକେଲା ବିମାନ ଦୁର୍ଘଟଣା, ଟଣାସ୍ଥଳରେ ସନ୍ଧ୍ୟା ସୁଦ୍ଧା ପହଞ୍ଚିବ ଡ଼ିଜିସିଏ ଦଳ

ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ସନ୍ଧ୍ୟା ସୁଦ୍ଧା ପହଞ୍ଚିବ ଡ଼ିଜିସିଏ ଦଳ । ଆସନ୍ତାକାଲି ସକାଳ ସୁଦ୍ଧା ପହଞ୍ଚିବ ଏଏଆଇ ଦଳ ।
ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ୬ଜଣ ଆହତ ହୋଇଛନ୍ତି । ରାଉରକେଲାରୁ ଭୁବନେଶ୍ୱର ଆସୁଥିଲା ଇଣ୍ଡିଆୱାନ୍‌ ଏୟାର ଫ୍ଲାଇଟ୍‌ ଭିଟି-୧୦୨ । ୯ ସିଟ ବିଶିଷ୍ଟ ଏହି ବିମାନଟି ୧୦କିମି ଉଡାଣ ପରେ ଦୁର୍ଘଟଣା ହୋଇଥିଲା । ଘଟଣାର ତଦନ୍ତ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ଘଟଣାସ୍ଥଳରେ ଡ଼ିଜିସିଏ ଦଳ ପହଞ୍ଚିବ । ଆସନ୍ତାକାଲି ସକାଳ ସୁଦ୍ଧା ଏଏଆଇ ଦଳ ଘଟଣାସ୍ଥଳରେ ପହଞ୍ଚିବ । ସମନ୍ୱୟ ରକ୍ଷା କରିବା ପାଇଁ ଭୁବନେଶ୍ୱରରୁ ଦୁଇଜଣ ବେସାମରିକ ଚଳାଚଳ କର୍ମଚାରୀ ଯାଇଛନ୍ତି । ଘଟଣାକୁ ତଦାରଖ କରୁଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ । ନିୟନ୍ତ୍ରଣ କକ୍ଷ ସହ ଜରୁରୀ ଫୋନ ନଂ ଜାରି କରାଯାଇଛି । ଯାତ୍ରୀ ଓ ଅନ୍ୟ ମାନଙ୍କ ସୁବିଧା ପାଇଁ ୯୮୬୧୦୯୬୩୭୧ ନମ୍ବର ଜାରି କରାଯାଇଛି ।

Rourkela plane crash
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+