ରାଉରକେଲା ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି

ରାଉରକେଲା ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି । ବହୁ ପ୍ରତୀକ୍ଷିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ ହୋଇଯାଇଛି ।

ରାଉରକେଲା: ରାଉରକେଲା ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି । ବହୁ ପ୍ରତୀକ୍ଷିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ ହୋଇଯାଇଛି । ୨ଶହ ଶଯ୍ୟା ବିଶିଷ୍ଟ ଏହି ସୁପର ସ୍ପେଶାଲିଟି ହସ୍ପିଟାଲ ।

ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ଥିଲେ । ଲୋକାର୍ପଣ ହେବା ପରେ ରାଷ୍ଟ୍ରପତି ହସ୍ପିଟାଲ ପରିସର ବୁଲି ଦେଖିଥିଲେ।

Rourkela IGH

୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୨୯୫ କୋଟି ଟଙ୍କା। ୪୭୪୨.୬୯ ବର୍ଗ ମିଟର ଜାଗାରେ ସର୍ଭିସ ବ୍ଲକ, କିଚେନ୍‌, ମେଡିକାଲ ଷ୍ଟୋର, ପ୍ରଶାସନିକ ଅଫିସ୍‌, କର୍ମଚାରୀ ଓ ଫ୍ୟାକଲ୍‌ଟି ରୁମ୍‌ ରହିଛି। ଏଥିସହ ୫୨୮୮.୪ ବର୍ଗ ମିଟରର ଅଡିଟୋରିୟମ୍‌, ଏକାଡେମିକ୍‌ ବ୍ଳକ ମଧ୍ୟ ରହିଛି।

ପୂର୍ବରୁ ରାଉରକେଲା ଏନଆଇଟିର ୧୮ ତମ ସମାବର୍ତନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜିର ସମାବର୍ତନ ଉତ୍ସବରେ ରାଉରକେଲା ଏନଆଇଟିର ମୋଟ୍ ୧୪୭୦ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏମାନଙ୍କ ମଧ୍ୟରେ ୭୫୩ ବିଟେକ୍ ସ୍ନାତକ, ୫୯୯ ଏମଟେକ୍, ୧୧୮ ଜଣ ପିଏଚଡି ଧାରୀ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+