Get Updates
Get notified of breaking news, exclusive insights, and must-see stories!

ସରିଲା ଗୋଲପ ଦିବସ, ଆଜି ପ୍ରପୋଜ ଡେ

ଶନିବାର ବେଶ୍ ଆନନ୍ଦରେ ସରିଲା ଗୋଲପ ଦିବସ । ପରସ୍ପରକୁ ଗୋଲାପ ଦେଇ ବାଣ୍ଟିଲେ ପ୍ରେମ । ସେଥିପାଇଁ ଫୁଲ ବଜର ହୋଇଉଠିଥିଲା ଚଳଚଞ୍ଚଳ । ଖାଲି ସତସତିଆ ଫୁଲ କାହିଁକି ଉଲରେ ବୁଣା ହୋଇଥିବା ଗୋଲାପର ମଧ୍ୟ ରହିଥିଲା ଢେର୍ ଆଦର । ଯାହା ପ୍ରକୃତ ଗୋଲାପ ଭଳି ଦେଖାଯାଉଥିଲା । ଗୋଲାପ ଦିଆନିଆରୁ ସରିଥିଲା ରୋଜ୍ ଡେ । ରବିବାର ପ୍ରେମ ସପ୍ତାହର ଦ୍ୱିତୀୟ ଦିନ ଅର୍ଥାତ୍ ଆବେଦନ ଦିବସ (ପ୍ରପୋଜ୍ ଡେ) ।

proposal day

ଆଜି ଅନେକ ସାରା ପ୍ରତିଶ୍ରୁତି ଦେଇ ମନର ଭାବନାକୁ ବଢ଼ିବେ ନିଜ ପ୍ରିୟ ମଣିଷ ନିକଟରେ । କିଏ ଭଗବାନଙ୍କୁ ସାକ୍ଷୀ ରଖି ପ୍ରେମ ନିବେଦନ କରିବେ ତ କିଏ ବଡ଼ ରେସ୍ତୋରାଁ ଭିତରେ । ପାର୍କ, କଫି ସପ୍, କଲେଜ କ୍ୟାମ୍ପସ ଓ ସାର୍ବଜନୀନ ସ୍ଥାନଗୁଡ଼ିକରେ ପ୍ରେମର ଭାଷା ଆଜି ଖୋଲିକରି ପ୍ରକାଶ କରିବେ ପ୍ରେମୀଯୁଗଳ । ଅନେକ ଯୁବକ-ଯୁବତୀ ଦୀର୍ଘ ସମୟ ଧରି ମନରେ ଲୁଚାଇ ରଖିଥିବା ଭାବନାକୁ ଆଜି ସାହାସର ସହ କହିବେ ।

ଏହି ଦିନଟି ରବିବାର ପଡୁଥିବାରୁ ପ୍ରେମୀଯୁଗଳଙ୍କ ଭିତର ଉତ୍ସାହ ଆହୁରି ଦୁଇଗୁଣିତ ହୋଇଯାଇଛି । ଅନ୍ଲାଇନ୍ ଅର୍ଡର ପହଞ୍ଚୁଛି ପ୍ରେମ ଉପହାର ଭାଲେଣ୍ଟାଇନ୍ ସପ୍ତାହ ପାଇଁ ଅନ୍ଲାଇନ୍ ଅର୍ଡରରେ ମିଳୁଛି ଭଳିକି ଭଳି ଉପହାର । ସବୁଠାରୁ ବଡ଼ କଥା ହେଉଛି ଏହାକୁ ଅଡର କରିବାର ୧୦ ମିନିଟ୍ ଭିତରେ ଘରେ ଆସି ପହଞ୍ଚିଯାଉଛି । ଯାହାକୁ ପାଇ ପ୍ରେମିକା ହୋଇଯାଉଛନ୍ତି ଖୁସ୍ । ବିଶେଷକରି ଦୂରରେ ଥିବା ପ୍ରେମିକମାନେ ନିଜ ପ୍ରେମିକାଙ୍କ ଉଦ୍ଦେଶ୍ୟରେ ଏହାକୁ ଅଧିକ ଅଡର କରୁଛନ୍ତି । ଯେଉଁଥିରେ ଫୁଲ ତୋଡ଼ାଠୁ ଆରମ୍ଭ କରି ଚକୋଲେଟ୍, କଣ୍ଢେଇ, ମିଠା, ଅଳଙ୍କାର ସବୁକିଛି ଆସି ପହଞ୍ଚିଯାଉଛି । ତାହା ପୁଣି ସୁସଜ୍ଜିତ ବ୍ୟାଗ୍ ଭିତରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+