Get Updates
Get notified of breaking news, exclusive insights, and must-see stories!

ଚମକିବି ଧବଳେଶ୍ୱର ପୀଠ: ସଂଯୋଗ ହେବ ରୋପୱେ, ଲାଗିବ ଗଛ

ମହାନଦୀ ଭିତରେ ଥିବା ଧବଳେଶ୍ୱର ପୀଠର ଚତୁଃପାଶ୍ୱର୍ରେ ପଥର ପ୍ୟାକିଂ କରାଯିବା ସହିତ ପୀଠକୁ ସଂଯୋଗ ନିମନ୍ତେ ରୋପୱେ ଏବଂ ଅନ୍ୟ ଏକ ନୂତନ ପୋଲ ନିର୍ମାଣ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

ଭୁବନେଶ୍ୱର: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରର ସର୍ବାଙ୍ଗୀନ ଉନ୍ନତି ଓ ଭକ୍ତମାନଙ୍କର ଦର୍ଶନର ସୁବିଧା ନିମନ୍ତେ ଭିତ୍ତିଭୂମିର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଲୋକସେବା ଭବନଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଧବଳେଶ୍ୱର ପୀଠରେ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସୂଚନା ଦେଇଛନ୍ତି ।

Dhabaleswar

ମହାନଦୀ ଭିତରେ ଥିବା ଧବଳେଶ୍ୱର ପୀଠର ଚତୁଃପାଶ୍ୱର୍ରେ ପଥର ପ୍ୟାକିଂ କରାଯିବା ସହିତ ପୀଠକୁ ସଂଯୋଗ ନିମନ୍ତେ ରୋପୱେ ଏବଂ ଅନ୍ୟ ଏକ ନୂତନ ପୋଲ ନିର୍ମାଣ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏଥି ସହିତ ପୀଠରେ ବ୍ୟାପକ ବନୀକରଣ କରାଯାଇ ଏହାର ସବୁଜିମା ଓ ପାରିପାଶ୍ୱର୍କ ସୌନ୍ଦର୍ଯ୍ୟକରଣ ବୃଦ୍ଧି କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଧବଳେଶ୍ୱର ପୀଠ ଓଡ଼ିଶାର ଅନ୍ୟତମ ଶୈବପୀଠ ଭାବରେ ପ୍ରସିଦ୍ଧି ଲାଭ କରିଥିବାବେଳେ ଯାନିଯାତ୍ରା ସମେତ ବର୍ଷର ସବୁ ସମୟରେ ଦର୍ଶନାର୍ଥୀଙ୍କ ପ୍ରବଳ ସମାଗମ ହୋଇଥାଏ । ଏଥି ସହିତ ପର୍ଯ୍ୟଟନ ଦୃଷ୍ଟିକୋଣରୁ ମଧ୍ୟ ଧବଳେଶ୍ୱର ପୀଠର ଗୁରୁତ୍ୱ ରହିଛି । ତେଣୁ ପୀଠରେ ପର୍ଯ୍ୟଟନର ଭିତ୍ତିଭୂମି ନିର୍ମାଣ ସହିତ ସର୍ବାଙ୍ଗୀନ ଉନ୍ନତି ଦିଗରେ ପଦକ୍ଷେପ ନିଆଯାଉଛି । ଏହା ଦ୍ୱାରା ଅଧିକରୁ ଅଧିକ ଭକ୍ତ ଓ ପର୍ଯ୍ୟଟକ ଆକୃଷ୍ଟ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+