ଡିସେମ୍ବର ସୁଦ୍ଧା ସମସ୍ତ ସରକାରୀ କୋଠାରେ ମିଳିବ ସୌର ବିଦ୍ୟୁତ

Odisha News: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଡିସେମ୍ବର ସୁଦ୍ଧା ସମସ୍ତ ସରକାରୀ କୋଠାର ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ ପାଇଁ ନିଆଯିବ ପଦକ୍ଷେପ । ବିଭାଗ ଓ ସଂସ୍ଥାର କୋଠାରେ ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ପାଇଁ ରାଜ୍ୟ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ତେବେ କେନ୍ଦ୍ର ନବୀକରଣ ଓ ଅକ୍ଷୟଶକ୍ତି ମନ୍ତ୍ରଣାଳୟ ପ୍ରସ୍ତାବ ଆଧାରରେ ରାଜ୍ୟ ସରକାର ମିଶନ ମୋଡରେ ଚଳିତବର୍ଷ ଶେଷ ସୁଦ୍ଧା ସମସ୍ତ ସରକାରୀ କୋଠାରେ ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ୨୦୦ କିଲୋୱାଟ୍ ବା ତା'ଠୁ ଅଧିକ ବିଦ୍ୟୁତ ଆଶବଶ୍ୟକ ହେଉଥିବା କୋଠାଗୁ଼ଡିକରେ ସୌରବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ କରାଯିବ । ରିନ୍ୟୁଓବଲ ଏନର୍ଜି ସର୍ଭିସ କମ୍ପାନୀ ଦ୍ୱାରା ଏହି କାର୍ଯ୍ୟ କରାଯିବ ।

rooftop solar

ସୂଚନା ଅନୁସାରେ, ଏହି ସୋଲାର ସିଷ୍ଟମ ସ୍ଥାପନଠୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ପରିଚାଳନା ଏବଂ ପରାମତି ଖର୍ଚ୍ଚ ଆରଇଏସସିଓ ତୁଲାଇବ । ଓରେଡା ରାଜ୍ୟ ସରକାରର ସମସ୍ତ କୋଠାରେ ସୋଲାର ସିଷ୍ଚମ ସ୍ଥାପନ କରିବାର ସମସ୍ତ ଦାୟିତ୍ୱ ନେବ । ତେଣୁ ଓରେଡା ଟିମକ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ରାଜ୍ୟର ସମସ୍ତ ବିଭାଗର ସଚିବଙ୍କୁ ଶକ୍ତିବିଭାଗ ଚିଠି ଲେଖି ଅନୁରୋଧ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+