ପୁରୀରେ ଭୁଶୁଡ଼ିଲା ନିର୍ମାଣଧୀନ ଛାତ, ୫ ଶ୍ରମିକ ସୁରକ୍ଷିତ ଉଦ୍ଧାର

ପୁରୀ ମଶାଣିଚଣ୍ଡୀ ଛକ ନିକଟରେ ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଛାତ । ନିର୍ମାଣାଧୀନ ଛାତ ତଳେ ୫ ଶ୍ରମିକ ପୋତି ହୋଇ ଯାଇଥିବାବେଳେ ସମସ୍ତଙ୍କୁ ସୁରକ୍ଷିତ ଭାହେ ଉଦ୍ଧାର କରାଯାଇଛି ।

ପୁରୀ: ପୁରୀ ମଶାଣିଚଣ୍ଡୀ ଛକ ନିକଟରେ ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଛାତ । ନିର୍ମାଣାଧୀନ ଛାତ ତଳେ ୫ ଶ୍ରମିକ ପୋତି ହୋଇ ଯାଇଥିବାବେଳେ ସମସ୍ତଙ୍କୁ ସୁରକ୍ଷିତ ଭାହେ ଉଦ୍ଧାର କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ଓ ଓଡ୍ରାଫବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିଛି ।

Roof collapses in Puri

ଦୀର୍ଘ ଦେଢ ଘଣ୍ଟା ଧରି ଜୀବନ ସହ ସଂଗ୍ରାମ ପରେ ୪୫ ମିନିଟର ଅପରେସନ ହୋଇଥିଲା । ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଏ ସମସ୍ତେ ଉଦ୍ଧାର ହୋଇଛନ୍ତି । ପଟା ସେଣ୍ଟ୍ରିଂରେ ତୃଟି ଯୋଗୁ ଏଭଳି ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ କାମ ଜାରିରହିଥିବା ବେଳେ ହଠାତ୍ ପ୍ରଥମେ ଦୁଇଟି ବାଉଁଶ ଖସିଥିଲା ଏବଂ ପରେ ପୂରା ଛାତଟି ସମ୍ପୂର୍ଣ୍ଣ ଗଳିପଡିଥିଲା ଫଳରେ ଭିତରେ ଥିବା ରାଜମିସ୍ତ୍ରୀ ଜଣଙ୍କ ସେଭିତରେ ଫସିରହିଥିଲେ । ତାଙ୍କର ଗୋଟିଏ ଗୋଡ ଫସି ରହିଥିଲା, ଅଗ୍ନିଶମ ବାହିନୀ ଓ ଓଡ୍ରାଫର ଟିମ୍ ଦୀର୍ଘ ସମୟର ଅପରେସନ ପରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ନିକଟସ୍ଥ ଡାକ୍ତରଖାନାରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+